ଦେଶର ରୋମାଞ୍ଚକର ସ୍ଥାନ ମଧ୍ୟରୁ ଗୁଲମର୍ଗ ସର୍ବୋତ୍ତମ; ଜାଣନ୍ତୁ ସେଠାକୁ କିପରି କରିବେ ଟ୍ରାଭେଲ୍ ପ୍ଲାନ୍
29/11/2022 at 11:20 PM

ଭୁବନେଶ୍ୱର ୨୯/୧୧: ବାହାଘର ପରେ ଦମ୍ପତ୍ତିମାନେ କିଛି ରୋମାଞ୍ଚକର ପର୍ଯ୍ୟଟନ ସ୍ଥଳିକୁ ଯିବାକୁ ପସନ୍ଦ କରନ୍ତି। ଏଥିପାଇଁ ସେମାନେ ବିଭିନ୍ନ ପାହିଡ଼ି ଇଲାକା, ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ, ଏବଂ ଶାନ୍ତିଦାୟକ ସ୍ଥାନକୁ ଭ୍ରମଣ କରିବାକୁ ପସନ୍ଦ କରନ୍ତି। ଆଜିକାଲି କପଲ୍ମାନେ ଏସବୁ ଜାଗାକୁ ହନମୁନ୍ ଟ୍ରିପରେ ପହଞ୍ଚିବା ପାଇଁ ବହୁତ ପସନ୍ଦ କରୁଛନ୍ତି। ଯଦି ଆପଣ ସେଭଳି ବରଫାବୃତ୍ତ ଯାଗାକୁ ଯିବାକୁ ଚାହୁଁଛନ୍ତି ତାହେଲେ ଗୁଲ୍ମର୍ଗ ଯାଇପାରିବେ। ଆପଣ ସେଠାକୁ ଯିବେ ବୋଲି ଭାବୁଛନ୍ତି କି? ତାହେଲେ ଆସନ୍ତୁ ଜାଣିବା ଦିଲ୍ଲୀରୁ କିପରି ଗୁଲମର୍ଗକୁ ଯିବେ ?

ଗୁଲମର୍ଗର ସବୁଠାରୁ ପାଖରେ ଶ୍ରୀନଗର ବିମାନବନ୍ଦର ରହିଛି। ଗୁଲମର୍ଗ ଠାରୁ ଶ୍ରୀନଗର ଏୟାର୍ ପୋର୍ଟର ଦୂରତା ମାତ୍ର ୬୦ କିମି । ବିମାନ ବନ୍ଦରରୁ ଆପଣ କ୍ୟାବ୍ ବା ବସ୍ରେ ଗୁଲମର୍ଗ ଯାଇପାରିବେ। ଅନ୍ତରାଷ୍ଟ୍ରୀୟ ପର୍ଯ୍ୟଟକ ଗୁଲମର୍ଗ ଯିବାକୁହେଲେ ଦିଲ୍ଲୀ ବିମାନ ବନ୍ଦରରୁ ଫ୍ଲାଇଟ୍ ବୁକ୍ କରି ଯାଇ ପାରିବେ। ଯଦି ଆପଣଙ୍କ ପାଖେ ଠିକ୍ ଠାକ୍ ବଜେଟ୍ ରହିଛି ତାହେଲେ ଫ୍ଲାଇାଟ୍ର ବିକଳ୍ପ ବାଛିପାରିବେ।

ଦିଲ୍ଲୀରୁ ଗୁଲମର୍ଗ ଯିବାକୁ ସିଧା ସଳଖ ବସ୍ର ବ୍ୟବସ୍ଥା ମଧ୍ୟ ରହିଛି। ଏହି ରୁଟ୍ରେ ସରକାରୀ ଓ ପ୍ରାଇଭେଟ୍ ବସ୍ ଉଭୟ ଚାଲିଛି। ଆପଣ ଏକା କାର୍ ଡ୍ରାଇଭ୍ କରି ମଧ୍ୟ ଯାଇପାରିବେ। ଗୁଲ୍ ମର୍ଗରୁ ସବୁଠାରୁ ପାଖ ହେଉଛି ଜମ୍ମୁ ରେଳଷ୍ଟେସନ୍, ଯାହାକି ଗୁଲ୍ମର୍ଗଠାକରୁ ୨୯୦ କିମି ଦୂର। ଆପଣ ଜମ୍ମୁରୁ ଶ୍ରୀନଗର ପର୍ଯ୍ୟନ୍ତ ଟ୍ରେନ୍ରେ ଯାଇପାରିବେ। କିମ୍ୱା ଗୁଲ୍ମର୍ଗ ପର୍ଯ୍ୟନ୍ତ କ୍ୟାବ୍ ବୁକ୍ କରି ମଧ୍ୟ ଯାଇପାରିବେ।

ତାହେଲେ ଆଉ ଡେରି କାହିଁକି, ଆଉ ଡେରି ନକରି ଆପଣଙ୍କ ଜୀବନ ସାଥୀଙ୍କ ସହିତ ଗୁଲମର୍ଗ ଭଳି ସୁନ୍ଦର ବରଫାବୃତ୍ତ ସ୍ଥାନକୁ ଯାଆନ୍ତୁ। ଆଉ ସେଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ, କୀର୍ତ୍ତି ରାଜି, ଏବଂ ପାହାଡ଼ି ଇଲାକାର ଭରପୁର ମଜା ନିଅନ୍ତୁ।