ପ୍ରଥମ ଥର ଭିଡ ଦେଖି ବିଚଳିତ ହୋଇଯାଇଥିଲେ 'ଗଲ୍ଲି ଗର୍ଲ', ରିକ୍ସା ଚାଳକଙ୍କ ଝିଅ ହୋଇ ବନିଗଲେ ଷ୍ଟାର ରାପର

Published By : Prameya-News7 Bureau | December 13, 2021 IST

ମୁମ୍ୱାଇ ୧୩/୧୨: ମୁମ୍ବାଇର ଧାରାବି ବସ୍ତିରେ ରହୁଥିବା ଜଣେ ରିକ୍ସା ଚାଳକଙ୍କ ଝିଅ ରାପ୍‌ ଗାଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ୧୫ ବର୍ଷୀୟା ସାନିଆ ମିସ୍ତ୍ରୀଙ୍କ ରାପ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବାପା ତାଙ୍କର ପେସାରେ ରିକ୍ସା ଚାଳକ ହୋଇଥିବା ବେଳେ ମା’ ପର ଘର କାମ କରି ଗୁଜରାଣ ମେଣ୍ଟାନ୍ତି । ହେଲେ ନିଜର ରାପ ପାଇଁ ଏବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ରାପ୍‌ ସୁଟିଂ କରିବାକୁ ମଧ୍ୟ ସାନିଆଙ୍କ ପାଖରେ ସ୍ମାର୍ଟ ଫୋନ ନଥିଲା । ତେବେ ପିଲାଟି ଦିନୁ ରାପ୍‌ ଗାଇବାରେ ତାଙ୍କର ରୁଚି ଥିବାରୁ ବାପା-ମା’ କାମକୁ ଯିବା ପରେ ସେ ପାଖ ପଡ଼ୋଶୀଙ୍କ ଫୋନରେ ନିଜର ରାପ୍‌ ଭିଡିଓ ସୁଟିଂ କରିଥାନ୍ତି । ସେ ଦୀର୍ଘ ୩ ବର୍ଷ ହେବ ଏଭଳି କରି ଆସୁଥିଲେ । ତାଙ୍କର ରାପ ଗାଇବା ସଂପର୍କରେ ବାପା-ମା’ଙ୍କର କୌଣସି ଧାରଣା ମଧ୍ୟ ନଥିଲା । ତେବେ ଦିନେ ତାଙ୍କର ଏକ ରାପ୍‌ ଭିଡିଓ ଭାଇରାଲ ହେବା ପରେ ବାପା-ମା’ ଏ ବିଷୟରେ ଜାଣିବାକୁ ପାଇଥିଲେ ।

wp:html
/wp:html

ପରେ ସେମାନେ ତାଙ୍କୁ ଏଥିନିମନ୍ତେ ପ୍ରୋତ୍ସାହନ କରିଥିଲେ । ତାଙ୍କ ସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀ ମଧ୍ୟ ରାପ୍‌ ଗାଇବାକୁ ସାନିଆଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ବିଭିନ୍ନ ଷ୍ଟେଜ୍‌ରେ ରାପ ଗାଇବାକୁ ନିମନ୍ତ୍ରଣ ମିଳୁଛି ଏବଂ ଏହା ଦ୍ୱାରା ସେ ଟଙ୍କା ରୋଜଗାର କରିପାରୁଛନ୍ତି । ଭବିଷ୍ୟତରେ ଜଣେ ରାପର୍‌ ଭାବେ ନିଜର କ୍ୟାରିଅର କରିବାକୁ ସେ ଇଚ୍ଛା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.