ଗୁଳିମାଡରେ ଆହତ ମହିଳା SCBରେ ଭର୍ତ୍ତି, ସ୍ଥିର ଅଛି ସ୍ୱାସ୍ଥ୍ୟବସ୍ଥା

Published By : Prameya-News7 Bureau | October 20, 2021 IST

କଟକ ୨୦/୧୦: ପୁରୀରେ ଦାଦାବଟିକୁ ନେଇ ଗୁଳିମାଡ ଘଟଣାରେ ଆହତ ମହିଳା କଟକ ଏସସିଵି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆହତଙ୍କ ସ୍ୱାସ୍ଥ୍ୟାଵସ୍ଥା ସ୍ଥିର ରହିଛି । ପୁରୀ ନରେନ୍ଦ୍ର କୋଣ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏକ ଗୁଳିକାଣ୍ଡ ଘଟିଥିଲା । ସୂଚନା ଅନୁସାରେ ପୁରୀ ନରେନ୍ଦ୍ରକୋଣ ଅଞ୍ଚଳର ଜିତେନ୍ଦ୍ର ସାହୁଙ୍କ ଘରକୁ ଗତକାଲି ରାତି ପାଖାପାଖି ୧୨ ଟା ସମୟରେ ଦୁଇ ଜଣ ଦୁର୍ବୃତ୍ତ ଆସି କବାଟ ବାଡେଇ ଦାଦାବଟି ମାଗିଥିଲେ ।

ତେବେ ଜିତେନ୍ଦ୍ର କବାଟ ନ ଖୋଲିବାରୁ ଗ୍ରିଲ ପଟେ ଦୁର୍ଵୃତ୍ତ ମାନେ ଗୁଳି ଚଳାଇଥିଲେ । ତେବେ ଜିତେନ୍ଦ୍ରଙ୍କ ସ୍ତ୍ରୀ ଶକୁନ୍ତଳା ଜିତେନ୍ଦ୍ରଙ୍କୁ ବଞ୍ଚେଇଵାକୁ ଯାଇ ଠେଲିଦେବାରୁ ତାଙ୍କ ଅଣ୍ଟାରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ମେଡିକାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଆଗରୁ ସେହି ଦୁର୍ବୃତ୍ତ ମାନେ ଆସି ଦାଦାବଟି ମାଗୁଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

ରାଜନୀତି
ମନୋରଞ୍ଜନ

Copyright © 2024 - Summa Real Media Private Limited. All Rights Reserved.