ସର୍ବିଆ ରାଜଧାନୀ ବେଲଗ୍ରେଡ୍‌ର ସ୍କୁଲରେ ଗୁଳିମାଡ଼: ଗୋଟିଏ କ୍ଲାସର ୯ ଛାତ୍ରଙ୍କ ମୃତ୍ୟୁ, ଅନେକ ଗୁରୁତର

Published By : Prameya-News7 Bureau | May 04, 2023 IST

ନୂଆଦିଲ୍ଲୀ ୦୪/୦୫: ସର୍ବିଆ ରାଜଧାନୀ ବେଲଗ୍ରେଡ୍ ର ଏକ ସ୍କୁଲରେ ଜଣେ ଛାତ୍ର ନିଜ ଶ୍ରେଣୀର ୯ଜଣ ଛାତ୍ରଙ୍କୁ ଗୁଳିମାରି ହତ୍ୟା କରିଛି । ଗୁଳିମାଡ଼ରେ ଆଉ କିଛି ଛାତ୍ର ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଫାୟାରିଂ କରିଥିବା ୧୪ ବର୍ଷିୟ ସପ୍ତମ ଶ୍ରେଣୀ ଛାତ୍ରକୁ ପୋଲିସ ଗିରଫ କରିଛି । ସ୍କୁଲ ଖାଲି କରିବା ପରେ ଏହାକୁ ସିଲ୍ କରିଦିଆଯାଇଛି ।

ଗୁଳିମାଡ଼ରେ କିଛି ଶିକ୍ଷକ ମଧ୍ୟ ଆହତ ହୋଇଛନ୍ତି । ଏଥି ସହ ଜଣେ ସୁରକ୍ଷା କର୍ମୀ ମଧ୍ୟ ଆହତ ହୋଇଛନ୍ତି । ସର୍ବିଆର ଗୃହମନ୍ତ୍ରଣାଳୟ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଗୁଳିକାଣ୍ଡ ପରେ ଅଭିଯୁକ୍ତ ଛାତ୍ର ଖସିଯିବାକୁ ଚେଷ୍ଟା କରିଥିଲା । ତାକୁ ଧରିବା ପାଇଁ ସ୍କୁଲର ସୁରକ୍ଷା କର୍ମୀ ଓ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା ।

ସର୍ବିଆରେ ଗନ୍ ଲାଇସେନ୍ସ ସହଜରେ ମିଳୁନଥିବା ବେଳେ ଅଭିଯୁକ୍ତ ଛାତ୍ର କେଉଁଠୁ ବନ୍ଧୁକ ଆଣିଲା ଏବଂ କାହିଁକି ଏତେ ବଡ଼ ଘଟଣା ଘଟାଇଲା ତାକୁ ନେଇ ଏବେ ସାରା ରାଜଧାନୀରେ ଚର୍ଚ୍ଚା ଚାଲିଛି । କିଛି ଦିନ ପୂର୍ବରୁ ଏହି ଛାତ୍ର ଜଣକ ସ୍କୁଲରେ ଆଡମିଶନ କରିଥିବା ବେଳେ ତା’ର ଟ୍ରାକ୍ ରେକର୍ଡ଼ ମଧ୍ୟ ଭଲ ଥିଲା । ତେବେ ସେ କାହିଁକି ନିଜ ସହପାଠୀଙ୍କ ଉପରକୁ ଫାୟାରିଂ କଲା ତାକୁ ନେଇ ତଦନ୍ତ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.