ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ : ଗୁଳିଚାଳନାରେ ଦୁଇ ମୃତ, ଗାଁରେ ପୋଲିସ ଛାଉଣୀ

Published By : Prameya-News7 Bureau | March 15, 2020 IST

ଅରାୟା ୧୫।୦୩: ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦରୁ ଗୁଳିଚାଳନା  ହୋଇଛି । ଗୁଳିଚାଳନାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶର ଅରାୟା ଜିଲ୍ଲା ସଦର କୋଟୱାଲୀ ଅଞ୍ଚଳର ନାରାୟଣପୁର ଗାଁରେ ଘଟିଛି ଏଭିଳ ଘଟଣା । ଘଟଣା ସମ୍ପର୍କରେ ସୂଚନା ପାଇ ଗାଁରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ରବିବାର ଅପରାହ୍ନରେ ପୂର୍ବତନ ସମାଜବାଦଜୀ ପାର୍ଟିର ନେତା କମଲେଶ ପଠକ, ବିଧାନ ପରିଷଦର ସଦସ୍ୟ ଗାଁର ଏକ ମନ୍ଦିର ପରିଦର୍ଶନ କରିବାକୁ ଯାଇଥିଲେ। ସେପଟେ ଅନ୍ୟ ଗୋଷ୍ଠୀର ଆଡଭୋକେଟ୍ ମଞ୍ଜୁଲ୍ ଚୌବେ ଏବଂ ତାଙ୍କର ସାଥୀ ମାନେ ଆକ୍ରମଣ କରିଥିଲେ। ଏହି ସମୟରେ କମଲେଶ ଠାକୁର କୌଣସି ପରିସ୍ଥିତିରେ ସେଠାରୁ ଖସିଯାଇଥିଲେ । ଏବଂ କୌଣସି ପ୍ରକାରେ ତାଙ୍କ ସହକର୍ମୀଙ୍କ ସହ ପୋଲିସକୁ ସୂଚନା ଦେଇଥିଲେ। ଏହି ସମୟରେ ଗାଁରେ ପହଂଚିଥିବା କମଲେଶ ପାଠକ୍‌ଙ୍କ ଓ ମଞ୍ଜୁଲ ଚୌବେ ପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗୁଳିବାଜି ମଞ୍ଜୁଲ ଚୌବେ ଏବଂ ତାଙ୍କ ଭଉଣୀ ସୁଧାଙ୍କ ମୃତ୍ୟୁ ଘଟିଛି। ଗାଁରେ ପୂରା ପୋଲିସ ଛାଉଣୀ ହୋଇଯାଇଛି ।

| ଅଭିଯୋଗ ହୋଇଛି ଯେ କମଲେଶ ପାଠକ ପକ୍ଷରୁ ସନ୍ଥୋଶ ପାଠକ ନିଜର ଲାଇସେନ୍ସ ରାଇଫଲରୁ ମଞ୍ଜୁଲ ଏବଂ ତାଙ୍କ ଭଉଣୀଙ୍କୁ ଗୁଳି କରିଥିଲେ। ଗୁଳିକାଣ୍ଡ ପରେ ଗାଁରେ ଉତ୍ତେଜନା ଦେଖାଦେଛି । ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.