ପୂର୍ବଶତ୍ରୁତାରୁ ଗୁଳିକାଣ୍ଡ, ମୁଣ୍ଡ ଓ ପିଠିରେ ବାଜିଛି ୨ଟି ଗୁଳି

Published By : Prameya-News7 Bureau | October 17, 2022 IST

ସୋନପୁର ୧୭।୧୦ : ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଗୁଳିକାଣ୍ଡ । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୋନପୁର ଜିଲ୍ଲା ବିରମହାରାଜପୁର ଥାନା ରୁଗୁଡ଼ପାଲି ଗାଁରେ ଘଟିଛି ଏପରି ଘଟଣା । ବୀରମହାରାଜପୁର ପୋଲିସର ତଦନ୍ତ ଆରମ୍ଭ ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ  ରୁଗୁଡିପାଲି ଗାଁର ପଞ୍ଚାନନ ମିଶ୍ର ଗାଁରେ ଥିବା ବେଳେ ବାଘରତୈଲା ଗାଁର ଜଣେ ଯୁବକ ଆସି ୫ ରୁ ୬ ରାଉଣ୍ଡ ଗୁଳି ଚଳାଇଥିଲେ । ପଞ୍ଚାନନଙ୍କ ମୁଣ୍ଡ ଓ ପିଠିରେ ୨ଟି ଗୁଳି ରହିଯାଇଥିଲା । ଯାହାଫଳରେ  ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଦେହରୁ ୨ଟି ଗୁଳି କଢାଯାଇଥିଲା । କିନ୍ତୁ  ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ବଡ ମେଡିକାଲକୁ ସ୍ତାନାନ୍ତର କରାଯାଇଛି । ବୀରମହାରାଜପୁର ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.