କୃଷ୍ଣପ୍ରସାଦ ଗାଁରେ ଗୁଳିମାଡ : ଜଣେ ମୃତ, ୪ ଆହତ

Published By : Prameya-News7 Bureau | December 19, 2022 IST

ନୟାଗଡ଼ ୧୯।୧୨: ଇଟାମାଟି ଥାନା କୃଷ୍ଣପ୍ରସାଦ ଗାଁରେ ଗୁଳିମାଡ । ଏହି ଗୁଳିମାଡ଼ରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି  ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ସୋମବାର ଦିନ ନୟାଗଡ ଜିଲ୍ଲା ଇଟାମାଟି ଥାନା କୃଷ୍ଣପ୍ରସାଦ ଗାଁରେ ଗୁଳିମାଡ ହୋଇଛି । ପୂର୍ବଶତ୍ରୁତାକୁ ନେଇ ଗୁଳିମାଡ଼ ହୋଇଛି । ଏହି ଗୁଳିମାଡ଼ରେ ଅନିରୁଦ୍ଧ ନାୟକ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.