ବାଘମାରୀ ବଜାରରେ ଗୁଳିମାଡ, ବ୍ୟବସାୟୀଙ୍କଠୁ ଲୁଟିଲେ ୫୦ ହଜାର ଟଙ୍କା
30/07/2021 at 7:56 AM

ଖୋର୍ଦ୍ଧା, ୩୦|୦୭: ଖୋର୍ଦ୍ଧା ବାଘମାରୀ ବଜାରରେ ଗୁଳିମାଡ । ବ୍ୟବସାୟୀଙ୍କୁ ଗୁଳିମାଡ କରି ଲୁଟିଲେ ୫୦ ହଜାର ଟଙ୍କା । ଗୁରୁବାର ବିଳମ୍ବିତ ରାତିରେ ବ୍ୟବସାୟୀ ମନୋରଞ୍ଜନ ସାମନ୍ତରାୟକୁ ଗୁଳିମାଡ଼ ହୋଇଛି ।
ସେ ନିଜ ତେଜରାତି ଦୋକାନ ବନ୍ଦ କରି ଘରକୁ ଫେରିବା ସମୟରେ ୨ ଜଣ ଦୁର୍ବୃତ୍ତ ବାଇକ୍ ରେ ଆସି ଗୋଟିଏ ରାଉଣ୍ଡ ଗୁଳିମାଡ଼ କରିଥିଲେ । ଏହାସହ ତାଙ୍କ ନିକଟରୁ ୫୦ ହଜାର ଟଙ୍କା ନେଇ ଫେରାର ହେଇଥିବା ଜଣାପଡିଛି । ଆହତ ବ୍ୟବସାୟୀଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ପରେ ତାଙ୍କୁ ଭୁବନେଶ୍ବର ଏମ୍ ସ କୁ ସ୍ଥାନାନ୍ତର କରାଯାଇଛି । ଏନେଇ ବାଘମାରୀ ପୋଲିସର ତଦନ୍ତ ଜାରି ରହିଛି ।
Related Posts
ଭୀମଭୋଇ ମେଡିକାଲ କଲେଜ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, କାରଣ ଖୋଜୁଛି ପୋଲିସ
4 December 2023
ଭିଜିଲାନ୍ସ ଜାଲରେ ବରିଷ୍ଠ ସହାୟକ, ୧୦ ହଜାର ଟଙ୍କାର ନେଉଥିଲେ ଲାଞ୍ଚ
4 December 2023