ଗାଁରେ ହେଉଛି ଗୁଳିର ବର୍ଷା, ଭୟଭୀତ ଅବସ୍ଥାରେ ଗ୍ରାମବାସୀ

Published By : Prameya-News7 Bureau | December 07, 2022 IST

ଆଠଗଡ଼ ୦୭/୧୨: ଗାଁରେ ହେଉଛି ଗୁଳିର ବର୍ଷା । ଭୟଭୀତ ଅବସ୍ଥାରେ ଗ୍ରାମବାସୀ । ଘର ଠାରୁ ଆରମ୍ଭ କରି ବଜାର ଯାଏଁ ସବୁଠି ମେଞ୍ଚା ମେଞ୍ଚା ଗୁଳି । କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟୁଣି ଥାନ ଅନ୍ତର୍ଗତ ନୂଆ ଶାସନ ଗାଁର ଘଟଣା ।

ଏହି ଗାଁର ଅନେକ ଲୋକଙ୍କ ଘର ଆଜବେଷ୍ଟ କଣା କରି ଗୁଳି ପଶିଥିବା ବେଳେ କେତେକଙ୍କ ହାତ ଓ ଗୋଡ଼ରେ ମଧ୍ୟ ଗୁଳି ବାଜିଛି । ଗତ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏପରି ପରିସ୍ଥିତି ଲାଗିଥିବା ବେଳେ ଏହାର ସମାଧାନ ହୋଇପାରୁ ନାହିଁ । ଘରୁ ବାହାରିବା ପାଇଁ ଭୟ କରୁଛନ୍ତି ଗ୍ରାମବାସୀ । ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମଧ୍ୟ ଭୟଭୀତ ଅବସ୍ଥାରେ ।

ଗତ ୨୦୧୯ ରୁ ଏମିତି ଘଟିଆସୁଛି ଘଟଣା । ସେତେବେଳେ ଘର ବାହାରେ ଥିବା ନଳକୂପରୁ ପାଣି ଆଣିବାକୁ ଆସିଥିଲେ ଜଣେ ମହିଳା । ହେଲେ ହଠାତ୍ ଘର ସେପଟୁ ଏକ ଗୁଳି ତାଙ୍କ ହାତରେ ପଶିଯାଇଥିଲା । ଚିକିତ୍ସା ସମୟରେ X-ray କରିବାରୁ ହାତରେ ଗୁଳି ପଶି ରହିଥିବା ନେଇ ଦୃଶ୍ୟମାନ ହୋଇଥିଲା । ପାଖାପାଖି ଅଢ଼େଇ ମାସ ଧରି ଗୁଳି ରହିବା ପରେ ଅପରେସନ ହେବାରୁ ତାହା ବାହାରିଥିଲା । ଏବେ ପୁଣିଥରେ ଘଟଣାର ପୁନରାବୃତ୍ତି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.