ମହିଳା କୋ ଅପରେଟିଭ୍ ବ୍ୟାଙ୍କରେ ଫୁଟିଲା ଗୁଳି- ଦୁଇ ମହିଳା କର୍ମଚାରୀ ଗୁରୁତର
27/02/2020 at 5:16 PM

ଜିନ୍ଦ – – ହରିୟାନାର ଜିନ୍ଦରେ ଥିବା ଏକ ମହିଳା କୋ- ଅପରେଟିଭ୍ ବ୍ୟାଙ୍କରେ ଦୁର୍ଘଟଣା ବଶତଃ ଗୁଳି ଫୁଟିବାରୁ ଦୁଇଜଣ ମହିଳା କର୍ମଚାରୀ ଆହତ ହୋଇଛନ୍ତି । ବ୍ୟାଙ୍କରେ ଥିବା ସୁରକ୍ଷାକର୍ମୀ ବନ୍ଧୁକରେ ଗୁଳି ଭରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।
ଗୁଳିର ଶଦ୍ଦ ଶୁଣିବା ମାତ୍ରେ ସେଠାରେ ଥିବା ଗ୍ରାହକ ଓ କର୍ମଚାରୀ ଏଣେତେଣେ ଦୌଡିବାରେ ଲାଗିଥିଲେ । ଗୁଳିର ଛରା ବାଜିବାରୁ ମହିଳା ମ୍ୟାନେଜରଙ୍କ ସହ ଅନ୍ୟଜଣେ ମହିଳା କିରାଣୀ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଜିନ୍ଦ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ବ୍ୟାଙ୍କର ସୁରକ୍ଷାକର୍ମୀ ବନ୍ଧୁକ ସଫା କରିବା ପରେ ସେଥିରେ ଗୁଳି ପୁରାଉଥିଲେ । ଏହା ହଠାତ୍ ଫୁଟି ଯାଇଥିଲା । ଏହା ର ଛରା ବ୍ୟାଙ୍କ ମ୍ୟାନେଜର ଅନୀତା ଦେବୀ ଓ କ୍ଲର୍କ ଇନ୍ଦୁ ଦେବୀଙ୍କ ଦେହରେ ବାଜିଥିଲା । ତୁରନ୍ତ ଏମାନଙ୍କୁ ଜିନ୍ଦ ଡାକ୍ତରଖାନା ଓ ପରେ ରୋହତକ ପିଜିଆଇକୁ ସ୍ଥାନାନ୍ତର କରାଯାଇଛି ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି ।