ଆତଙ୍କବାଦୀଙ୍କ ଧମକର ଜବାବ ରଖିଲେ ଗୁଲାମନବୀ ଆଜାଦ, ଜାଣନ୍ତୁ କହିଲେ କ’ଣ?
15/09/2022 at 8:03 PM

ଅନନ୍ତନାଗ ୧୫।୯: ଗୁଲାମନବୀ ଆଜାଦଙ୍କୁ ଆତଙ୍କବାଦ ସଙ୍ଗଠନ ଲସ୍କର-ଏ-ତୌୟବାର ଶାଖା ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ ସୋସିଆଲ ମିଡିଆ ମାଧ୍ୟମରେ ଧମକ ଦେଇଛି, ଯାହାର ଆଜାଦ ଦକ୍ଷିଣ କଶ୍ମୀରରେ ଜବାବ ରଖିଛନ୍ତି। ଅନନ୍ତନାଗ ଜିଲ୍ଲାରେ ଅନୁଷ୍ଠିତ ଜନସମାବେଶରେ ଆଜାଦ ବନ୍ଧୁକ ସମସ୍ୟାର ସମାଧାନ ନୁହେଁ ବୋଲି କହିଛନ୍ତି। ସେ କହିଛନ୍ତି ଯେ ମୋ ନାଁ ଆଜାଦ, ଠିକ ନାମ ପରି ମୋର ବିଚାର ମଧ୍ୟ ଆଜାଦ। କାଶ୍ମୀର ଆସିବା ପୂର୍ବରୁ ନାଁ ମୁଁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛି ନା ଅଜିତ ଡୋଭାଲଙ୍କ ସହ ତାଙ୍କର କେବେ ସାକ୍ଷାତ ଆଲୋଚନା ହୋଇଥିବା କହିଛନ୍ତି।
ସୋସିଆଲ ମିଡିଆରେ ରେଜିଷ୍ଟାନ୍ସ ଫ୍ରଣ୍ଟ ପକ୍ଷରୁ ଭାଇରାଲ ହେଉଥିବା ଧମକଭରା ପତ୍ରରେ ଆଜାଦଙ୍କ ଜମ୍ମୁ-କାଶ୍ମୀରରେ ଏଣ୍ଟ୍ରି ଅଚାନକ ନୁହେଁ ବରଂ ଏକ ସୁ ନିୟୋଜିତ ବୋଲି କୁହାଯାଇଛି। ସେ ଏହି ଯୋଜନା ତାଙ୍କ ଗତ ଦଳରେ ଥିବା ବେଳେ କରିଥିଲେ ଓ କାଶ୍ମୀର ଆସିବା ବେଳେ ଆଜାଦ ଓ ଅମିତ ଶାହଙ୍କ ବୈଠକ ହୋଇଥିବା ଯେଉଁ ବୈଠକରେ ଏନଏସଏ ଡୋଭଲ ମଧ୍ୟ ଥିଲେ ବୋଲି କୁହାଯାଇଛି। ତେବେ ଆଜାଦ ତାଙ୍କ ଜୀବନରେ କେବେବି ଡୋଭଲଙ୍କୁ ଭେଟିନଥିବା କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଗୁଲାମନବୀ ଆଜାଦ ତାଙ୍କର ନୂଆ ପାର୍ଟି ଗଠନ ଲାଗି ଏବେ ଜମ୍ମୁ-କାଶ୍ମୀରରେ ଅଛନ୍ତି ଓ ଜନସମର୍ଥନ ପାଇଁ ବିଭିନ୍ନ ସ୍ଥାନରେ ଜନସମାବେଶ କରୁଛନ୍ତି। ତେବେ ଆଜାଦ ଆତଙ୍କବାଦୀଙ୍କୁ ବନ୍ଧୁକ ଛାଡି ସାମାଜିକ ମୁଖ୍ୟସ୍ରୋତରେ ସାମିଲ ହେବା ଲାଗି ଆହ୍ୱାନ ଦେଇଛନ୍ତି। କାରଣ ବନ୍ଧୁକ କୌଣସି ସମସ୍ୟାର ସମାଧାନ ନୁହେଁ ବୋଲି ସେ କହିଛନ୍ତି। ଏଣୁ ବନ୍ଧୁକ ଛାଡି ମୁଖ୍ୟସ୍ରୋତକୁ ଚାଲି ଆସନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି।