ସଭାପତିଙ୍କ ପରେ ସିଡବ୍ଲ୍ୟୁସି : କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ନିର୍ବାଚନ ଦାବି କଲେ ଗୁଲାମ ନବୀ, କହିଲେ- 'କଂଗ୍ରେସକୁ ମଜବୁତ କରିବାକୁ ଏହା ଜରୁରୀ'

Published By : Prameya-News7 Bureau | August 27, 2020 IST

ନୂଆଦିଲ୍ଲୀ, ୨୭|୦୮: ୨୩ ଜଣ ବରିଷ୍ଠ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବା ପରେ ନୂଆ ସଭାପତିକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏବେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଦଳର କାର୍ଯ୍ୟ ସମିତିର ନିର୍ବାଚନ ଆୟୋଜିତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହାସହ ଯେଉଁମାନେ କଂଗ୍ରେସରେ କାମ କରିବାକୁ ସତରେ ଇଚ୍ଛୁକ ସେମାନେ ଏହି ପ୍ରସ୍ତାବକୁ ପ୍ରତିଟି ରାଜ୍ୟ ଓ ଜିଲ୍ଲା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବ୍ୟକ୍ତିଙ୍କୁ ସ୍ୱାଗତ କରିବେ । ସୂଚନାଯୋଗ୍ୟ, କଂଗ୍ରେସ ନେତାମାନେ ଦଳରେ ଆମୂଳଚୁଳ ପରିବର୍ତ୍ତନ ଓ ସଂସ୍କାର ପାଇଁ ଚିଠି ଲେଖିଥିଲେ । ଯାହାକୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହିଛି ।

ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ସେ ଦଳକୁ ମଜବୁତ ଓ ସକ୍ରିୟ କରିବାକୁ ଚାହାଁନ୍ତି । କିନ୍ତୁ ଯେଉଁମାନଙ୍କୁ ଆପଏଣ୍ଟମେଣ୍ଟ କାର୍ଡ ମିଳିଛି ସେମାନେ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି । ସିଡବ୍ଲ୍ୟୁସି ସଦସ୍ୟ ନିର୍ବାଚିତ ହେଲେ ସ୍ଥିର କାର୍ଯ୍ୟକାଳ ରହିବ । ତେବେ ଉତ୍ତର ପ୍ରଦେଶରେ ବରିଷ୍ଠ ନେତା କପିଲ ସିବଲ ଓ ଜିତିନ ପ୍ରସାଦଙ୍କୁ ଟାର୍ଗେଟ୍ କରାଯିବାକୁ ସେ ନାପସନ୍ଦ କରିଛନ୍ତି। ଏପରିକି କଂଗ୍ରେସ ବିଜେପି ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବା ଜରୁରୀ ବୋଲି ସେ କହିଛନ୍ତି ।  

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଯେଉଁ ଚିଠି ଲେଖାଯାଇଥିଲା ସେଥିରେ ରାଜ୍ୟସଭାରେ ବିରୋଧି ଦଳର ନେତା ଗୁଲାନ ନବୀ ଆଜାଦ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ କପିଲ ସିବଲ, ଶଶି ଥରୁର, ମନୀଷ ତିଓ୍ୱାରୀ, ଆନନ୍ଦ ଶର୍ମା, ପିଜେ କୋରିଆତ, ରେଣୁକା ଚୌଧରୀ ଓ ଅଜୟ ସିଂଙ୍କର ଦସ୍ତଖତ ଥିଲା । ଏହାବ୍ୟତୀତ କିଛି ସାଂସଦ, ସିଡବ୍ଲ୍ୟୁସି ସାଂସଦ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡ୍ଡା, ପୃଥ୍ୱୀରାଜ ଚୌହ୍ୱାଣ ଆଦି ନେତା ମଧ୍ୟ ଦସ୍ତଖତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.