ଆଇପିଏଲ୍ ଦ୍ୱିତୀୟ କ୍ୱାଲିଫାୟାର ମ୍ୟାଚ୍, ମୁହାଁମୁହିଁ ହେବ ଗୁଜରାଟ ଟାଇଟନ୍ସ-ମୁମ୍ବାଇ ଇଣ୍ଡିଆନ୍ସ
26/05/2023 at 9:06 AM

ନୂଆଦିଲ୍ଲୀ ୨୬/୦୫: ଆଜି ଆଇପିଏଲ୍ ର ଦ୍ବିତୀୟ କ୍ବାଲିଫାୟାର ମ୍ୟାଚ୍ । ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଭିତରେ ମୁକାବିଲା । ପ୍ରଥମ କ୍ବାଲିଫାୟର ମ୍ୟାଚରେ ସୁପରକିଙ୍ଗସ୍ ଠାରୁ ପରାଜିତ ହେବା ପରେ ଗୁଜରାଟ୍ ଟିମ୍ ଘରୋଇ ଗ୍ରାଉଣ୍ଡରେ ଖୁବ ଅଭ୍ୟାସ କରିଛି । ଏହାସହ ରହିଛି ଘରୋଇ ଦର୍ଶକଙ୍କ ସମର୍ଥନ ।
ଏହାକୁ ନେଇ ଆଜି ଅହମଦାବାଦରେ ପଡିଆକୁ ଓହ୍ଲାଇବ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନସ୍ । ସେପଟେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ କଡା ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ଏହି ମ୍ୟାଚର ବିଜେତା ପାଇନାଲ୍ ରେ ଚେନ୍ନାଇ ସୁପର କିଙ୍ଗସ୍ କୁ ଭେଟିବ । ଏହି ମ୍ୟାଚ୍କୁ ନେଇ ପୂର୍ବାନୁମାନ କରିବା ସମ୍ଭବ ନୁହେଁ । ଉଭୟ ଦଳ ଚଳିତ ସିଜନରେ ୨ଥର ଭେଟି ସାରିଛନ୍ତି । ଏଥିରୁ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି ।
ତୃତୀୟ ମୁକାବିଲା ପୂର୍ବରୁ ଉଭୟ ଦଳ ପ୍ରତିପକ୍ଷ ଦଳର ଶକ୍ତି ଓ ଦୁର୍ବଳତା ସହ ଭଲ ଭାବେ ପରିଚିତ । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଟାଇଟନ୍ସର ସ୍ପିନର ରସିଦ ଖାନ, ଓପନର ଶୁଭମନ ଗିଲ୍ ଓ ପେସ୍ ବାହିନୀ ଚିନ୍ତାର କାରଣ ହେବା ସ୍ୱାଭାବିକ । ଗିଲ୍ ସମ୍ପ୍ରତି ୭୨୨ରନ୍ ସଂଗ୍ରହ କରି ଚମତ୍କାର ଫର୍ମରେ ରହିଛନ୍ତି । ଫାଫ ଡୁ ପ୍ଲେସିଙ୍କ ଠାରୁ ଅରେଞ୍ଜ କ୍ୟାପ ଛଡ଼ାଇ ଆଣିବା ପାଇଁ ତାଙ୍କ ନିକଟରେ ସୁଯୋଗ ରହିଛି ।