ADR ରିପୋର୍ଟ; ଗୁଜରାଟର ୮୩% ବିଧାୟକ କୋଟିପତି, ୪୦ରୁ ଅଧିକଙ୍କ ନାଁରେ ଅପରାଧିକ ମାମଲା

Published By : Prameya-News7 Bureau | December 12, 2022 IST

ଗାନ୍ଧିନଗର: ଗୁଜରାଟରେ ୮୩ ପ୍ରତିଶତ ବିଧାୟକ କୋଟିପତି । ୪୦ରୁ ଅଧିକ ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା । ୮୬ଜଣ ଏମଏଲଏ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ରୁ କମ୍ । ଏଡିଆର ରିପୋର୍ଟରେ କୋଟି ବିଧାୟକଙ୍କ ତଥ୍ୟ ସାମ୍ନାକୁ ଆସିଛି । ସବୁ ଠାରୁ ଆଗରେ ରହିଛନ୍ତି ବିଜେପି ବିଧାୟକ ।

ଗୁଜରାଟ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକଙ୍କ ସମ୍ପତି ତାଲିକା ସାମ୍ନାକୁ ଆସିଛି । ଏସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସର ରିପୋର୍ଟ ଅନୁଯାୟୀ, ଗୁଜରାଟରେ ୮୩ ପ୍ରତିଶତ ବିଧାୟକ ଧନୀ । ମୋଟ୍ ୧୮୨ ଏମଏଲଏଙ୍କ ମଧ୍ୟରୁ ୧୫୧ଜଣ କୋଟିପତି ବିଧାୟକ ରହିଛନ୍ତି । ୨୦୧୭ ବିଧାନସଭା ନିର୍ବାଚନରେ ଏହି ସଂଖ୍ୟା ୧୪୧ ଥିଲା । ଡିସେମ୍ବର ୮ତାରିଖରେ ବିଧାନସଭା ନିର୍ବାଚନର ରେଜଲ୍ଟ ଆସିଥିଲା । ଏଥିରେ ୧୫୩ଟି ଆସନରେ ଜିତି ରେକର୍ଡ କରିଛି ବିଜେପି । କଂଗ୍ରେସ ୧୭ଟି ସିଟ୍ ଓ ଆପ୍ ୫ଟିରେ ବିଜୟ ଲାଭ କରିଛି ।

ଏଡିଆର ରିପୋର୍ଟ ଅନୁଯାୟୀ, ବିଜେପିର ମୋଟ୍ ୧୫୩ ବିଧାୟକଙ୍କ ମଧ୍ୟ ୧୩୨ଜଣ କୋଟି । ସେହିପରି କଂଗ୍ରେସର ୧୭ ବିଧାୟକଙ୍କ ମଧ୍ୟରୁ ୧୪ଜଣ ଧନୀ । ୩ଜଣ ସ୍ବାଧୀନ ବିଧାୟକ ଓ ଜଣେ ଆପ୍ ଏମଏଲଏ କୋଟିପତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ୧୫୧ କୋଟିପତି ବିଧାୟକଙ୍କ ମଧ୍ୟରୁ ୭୩ଜଣଙ୍କ ପାଖରେ ୫କୋଟିରୁ ଅଧିକ ସମ୍ପତି ଥିବା ଶପଥପାଠରେ ଜଣାଇଛନ୍ତି । ଅନ୍ୟ ୭୩ଜଣଙ୍କ ପାଖରେ ୨ରୁ ୫କୋଟି ପର୍ଯ୍ୟନ୍ତ ସମ୍ପତି ରହିଛି । ୨୦୧୭ ବିଧାନସଭା ନିର୍ବାଚନ ତୁଳନାରେ ଚଳିତ ଥର ଦୁଇଗୁଣା ସମ୍ପତି ବଢିଛି ।

ଗୁଜରାଟରେ ସବୁଠାରୁ ଧନୀ ବିଧାୟକ ହେଲେ ବିଜେପିର ଜେଏସ୍ ପଟେଲ । ତାଙ୍କ ସମ୍ପତିର ମୂଲ୍ୟ ୬୬୧ କୋଟି ଟଙ୍କା । ସେହିପରି ଦ୍ବିତୀୟ ସ୍ଥାନରେ ରହିଛନ୍ତି ସିଦ୍ଧପୁର ବିଧାୟକ ବଲବନ୍ତ ସିଂ ରାଜପୁତ୍ । ବଲବନ୍ତଙ୍କ ସମ୍ପତିର ମୂଲ୍ୟ ୩୭୨ କୋଟି । ୧୭୫ କୋଟି ସମ୍ପତି ସହିତ ତୃତୀୟ ସ୍ଥାନରେ ରହିଛନ୍ତି ବିଜେପି ବିଧାୟକ ରମେଶ ତିଲାଲ ।

ରିପୋର୍ଟ ଅନୁଯାୟୀ, ୪୦ଜଣ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଏମାନଙ୍କ ମଧ୍ୟରେ ୨୯ଜଣଙ୍କ ନାଁରେ ହତ୍ୟା, ଦୁଷ୍କର୍ମ, କୀଡ୍‌ନାପ୍ ଭଳି ଗମ୍ଭୀର ମାମଲା ଚାଲୁଛି । ଏହି ୨୯ ସଦସ୍ୟଙ୍କ ଭିତରେ ୨୦ ବିଜେପି, ୪ କଂଗ୍ରେସ, ୨ ଆପ୍, ୨ ସ୍ବାଧୀନ, ଓ ଜଣେ ସମାଜବାଦୀ ପାର୍ଟିର ବିଧାୟକ ରହିଛନ୍ତି । ମୋଟ୍ ୧୮୨ଜଣଙ୍କ ମଧ୍ୟରୁ ୧୬ ପ୍ରତିଶତ ବିଧାୟକଙ୍କ ନାଁରେ ଥାନାରେ ମାମଲା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.