ବିଲ୍କିସ୍ ବାନୋ ଦୁଷ୍କର୍ମ ଘଟଣା: ଆଜୀବନ ଜେଲ୍ ଦଣ୍ଡ ଭୋଗିଥିବା ସମସ୍ତ ୧୧ ଜଣ କଏଦୀଙ୍କୁ ଜେଲ୍ରୁ ମୁକ୍ତି କଲେ ଗୁଜରାଟ ସରକାର
15/08/2022 at 8:59 PM

ଗାନ୍ଧୀନଗର: ବିଲ୍କିସ୍ ବାନୋ ଦୁଷ୍କର୍ମ ଘଟଣାରେ ଆଜୀବନ ଜେଲ୍ ଦଣ୍ଡ ଭୋଗିଥିବା ସମସ୍ତ ୧୧ ଜଣ କଏଦୀଙ୍କୁ ମୁକ୍ତ କରାଯାଇଛି। ସମସ୍ତ ଅଭିଯୁକ୍ତି ଗୋଧ୍ରାସବ୍ଜେଲ୍ରେ ସଜା କାଟୁଥିଲେ। ଗୁଜରାଟ ସରକାରଙ୍କର କ୍ଷମା ଯୋଜନାରେ ଏହି ଅପରାଧୀମାନଙ୍କୁ ଜେଲ୍ରୁ ମୁକ୍ତି ଦିଆଯାଇଛି। ଏହି ସମସ୍ତ ଅଭିଯୁକ୍ତ ୨୦୦୨ରେ ବିଲ୍କିସ୍ ବାନୋଙ୍କୁ ଦୁଷ୍କର୍ମ କରି ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ ହୋଇଥିଲେ।
ସୂଚନା ଥାଉକି ଗୋଧ୍ରା ଟ୍ରେନ୍ ପୋଡ଼ି ଘଟଣା ପରେ ଗୁଜୁରାଟରେ ସାମ୍ପ୍ରଦାୟିକ ହିଂସା ବ୍ୟାପିଯାଇଥିଲା ଏହି ସମୟରେ ୨୦୦୨ ମାର୍ଚ୍ଚ ମାସରେ ଗର୍ଭବତୀ ଥିବା ବିଲ୍କିସ୍ ବାନୁଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଏହି ହିଂସାରେ ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିବା ବେଳେ ଅନ୍ୟ ୬ ଜଣ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ।
ଏହି ମାମଲାରେ ୨୧ ଜାନୁଆରୀ ୨୦୦୮ରେ ମୁମ୍ବାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ୧୧ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡ ଶୁଣାଇଥିଲା। ସମସ୍ତଙ୍କ ଅଭିଯୁକ୍ତ ଉପରେ ବିଲ୍କିସ୍ ବାନୋଙ୍କୁ ଦୁଷ୍କର୍ମ ସହ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ଲଗାଯାଇଥିଲା। ହେଲେ ଅଭିଯୁକ୍ତମାନେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହେବାରୁ ହାଇକୋର୍ଟ ମଧ୍ୟ ସିବିଆଇ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ।
ଆଜୀବନ ଜେଲ୍ ଦଣ୍ଡେର ଦଣ୍ଡିତ ହୋଇଥିବା ସମସ୍ତ ଦୋଷୀ ୧୫ ବର୍ଷର ଜେଲ ଦଣ୍ଡ ଭୋଗି ସାରିଥିଲେ। କଏଦୀମାନଙ୍କୁ ମଧ୍ୟର ଜଣେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଓ ସମୟ ପୂର୍ବରୁ ତାଙ୍କୁ ଜେଲ୍ରୁ ଛଡ଼ାଯାଉ ବୋଲି ଦାବି କରିଥିଲେ। ଏହାପରେ ସୁପ୍ରିମକୋର୍ଟ ମାମଲାକୁ ଗୁଜୁରାଟ ସରକାରଙ୍କୁ ହସ୍ତାନ୍ତର କରିଥିଲେ। ଏହାପରେ ଗୁଜୁରାଟ ସରକାର ପଞ୍ଚମହଲ କଲେକ୍ଟର ସୁଜଲ ମଏତ୍ରଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲେ। କମିଟି ଅପରାଧିମାନଙ୍କୁ ଛାଡ଼ିଦେବାକୁ ସୁପାରିଶ କରିବା ପରେ ସରକାର ସମସ୍ତ କଏଦୀଙ୍କୁ ସମୟ ପୂର୍ବରୁ ଜେଲ୍ରୁ ମୁକ୍ତ କରିଦେଇଛନ୍ତି।