ହ୍ବାଟସଆପ୍ ଥିମରେ ବିବାହ ନିମନ୍ତ୍ରଣ ପତ୍ର ପ୍ରସ୍ତୁତ କଲେ ଗୁଜୁରାଟର ଦମ୍ପତି: ଦେଖନ୍ତୁ କେମିତି ହୋଇଛି

Published By : Prameya-News7 Bureau | January 19, 2019 IST

ସୁରତ ୧୯/୧: ଏହି କଥାରେ କୈାଣସି ସନ୍ଦେହ ନାହିଁ ଯେ ହ୍ବାଟସଆପର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାକୁ ଲାଗିଛି। ପ୍ରତ୍ୟେକ ବର୍ଗର ଲୋକେ ଏହାକୁ ବ୍ୟବହାର କରୁଛନ୍ତି। କିନ୍ତୁ  ଦମ୍ପତିଙ୍କୁ ଏହି ଆପ୍ ଏତେ ଭଲ ଲାଗିଛି ଯେ ଏମାନେ ନିଜ ବିବାହ ନିମନ୍ତ୍ରଣ ପତ୍ର ମଧ୍ୟ ଏହି ବିଷୟବସ୍ତୁକୁ ନେଇ ପ୍ରସ୍ତୁତ କରିଛନ୍ତି।

{"id":75772}

ଗୁଜୁରାଟର ସୁରତଠାରେ ବିବାହ କରୁଥିବା ପ୍ରେମୀ ଯୁଗଳ ନିଜ ବିବାହ ନିମନ୍ତ୍ରଣ ପତ୍ର ପାଇଁ ହ୍ବାଟସଆପର ଥିମକୁ ବାଛିଛନ୍ତି। ବିବାହ ନିମନ୍ତ୍ରଣପତ୍ର ପାଇଁ ପାରମ୍ପରିକ ଶୈଳୀ ପରିବର୍ତ୍ତେ ଆରଜୁ ଏବଂ ଚିନ୍ତନ ଦେଶାଇ ନିଜ ବିବାହ ପାଇଁ କିଛି ଭିନ୍ନ ଧରଣର ଡିଜାଇନ୍ କରିବାକୁ ଚାହୁଁଥିଲେ। ଏଥିପାଇଁ ପେଶାରେ ଓ୍ବେବ୍ ଡିଜାଇନର ଥିବା ଚିନ୍ତନ ହ୍ବାଟସଆପରୁ ପ୍ରେରିତ ହୋଇ ଚାରି ପୃଷ୍ଠାର ଏହି ଅଭିନବ କାର୍ଡ଼ ପ୍ରସ୍ତୁତ କରିଥିଲେ।

{"id":75773}

ଏହି କାର୍ଡ଼ରେ ରଚନାତ୍ମକ ଢଙ୍ଗରେ ଲେଖାଯାଇଛି ଯେ

‘‘ଆପଣ ଆମ ବିବାହକୁ ଆସିବା ପାଇଁ ବାଧ୍ୟ,ନଚେତ୍ ହ୍ବାଟସଆପରେ  ଆପଣଙ୍କୁ ବ୍ଲକ୍ କରିଦିଆଯିବ।’’

କାର୍ଡ଼ର କଭର ପେଜରେ ‘‘ଅନଲକ୍ ଇନଭିଟେସନ୍’’ ଲେଖାଯାଇଛି।

{"id":75774}

କାର୍ଡ଼କୁ ଡିଜାଇନ୍ କରିବାକୁ ଚିନ୍ତନଙ୍କୁ ପାଖାପାଖି ୧ସପ୍ତାହ ସମୟ ଲାଗିଥିଲା। ଏହି କାର୍ଡ଼ ବିଷୟରେ ଆରଜୁ କହିଛନ୍ତି ,‘‘ ହ୍ବାଟସଆପ ଲୋଗୋ ପରିବର୍ତ୍ତେ ଆମେ ଭଗବାନ ଗଣେଶଙ୍କ ଫଟୋ ବ୍ୟବହାର କରିଛୁ ଯାହା ଆମ ନିମନ୍ତ୍ରଣପତ୍ରକୁ ଏକ ପାରମ୍ପରିକ ଲୁକ୍  ମଧ୍ୟ ଦେଉଛି।’’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.