ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ, ମତଦାନକେନ୍ଦ୍ରକୁ ଆସି ଭୋଟ ଦେଲେ ୧୦୪ ବର୍ଷ ବୟଷ୍କ ଭୋଟର
1/12/2022 at 7:19 PM

ଅହମ୍ମଦାବାଦ ୧।୧୨: ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ସୌରାଷ୍ଟ୍ର-କଚ୍ଛ ଓ ଦକ୍ଷିଣାଞ୍ଚଳର ୧୯ ଜିଲ୍ଲାଙ୍କ ୮୯ ଆସନ ଲାଗି ଭୋଟଗ୍ରହଣ ଗୁରୁବାର ଅପରାହ୍ନ ୫ଟା ବେଳେ ସମାପ୍ତ ହୋଇଛି। ନିର୍ବାଚନ ଆୟୋଗ ମତଦାନର ଚୂଡାନ୍ତ ତଥ୍ୟକୁ ଅପେକ୍ଷା କରାଯାଇଥିବା କହିଛନ୍ତି। ତେବେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ୪୮.୪୮ ପ୍ରତିଶତ ମତଦାନ ରେକର୍ଡ ହୋଇଥିବା ଆୟୋଗ କହିଛନ୍ତି।

ଆୟୋଗଙ୍କ ଅନୁସାରେ ଅପରାହ୍ନ ୩ଟା ସୁଦ୍ଧା ଦକ୍ଷିଣ ଗୁଜରାଟର ଆଦିବାସୀ ବହୁଳ ତାପି ଓ ନର୍ମଦା ଜିଲ୍ଲାରେ ୬୦ ପ୍ରତିଶତରୁ ଅଧିକ ମତଦାନ ରେକର୍ଡ ହୋଇଥିଲା। ସାଧାରଣ ଘଟଣା ଓ ଇଭିଏମ ତ୍ରୁଟି ନେଇ ଛୋଟମୋଟ ଅଭିଯୋଗରେ ପୂର୍ବାହ୍ନ ୮ଟା ବେଳେ ଆରମ୍ଭ ହୋଇଥିବା ମତଦାନ ଶାନ୍ତିପୂ୍ର୍ଣ୍ଣ ସମାପ୍ତ ହୋଇଥିବା ଆୟୋଗ କହିଛନ୍ତି।ଭାବାନଗର ପଲିତାନାରେ ଭୋଟ ଗ୍ରହଣ କାଳରେ ଦୁଇ ପୃଥକ ରାଜନୈତିକ ଦଳଙ୍କ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା।
104 year voter Sh Ramji Bhai participated in the festival of #democracy by voting at the polling station instead of opting for postal ballot.
— Election Commission of India #SVEEP (@ECISVEEP) December 1, 2022
His willingness & enthusiasm to vote is an inspiration for everyone!#GoCast your Vote#GujaratElections2022#GujaratAssemblyPolls#ECI pic.twitter.com/flhRUfnSMn
ସେହିପରି ଜାମନଗର ଜିଲ୍ଲାର ଜାମଯୋଦ୍ଧପୁରରେ ମହିଳାଙ୍କ ନିମନ୍ତେ ପୃଥକ ବୁଥ କରାଯାଇ ନଥିବାରୁ ମହିଳା ମତଦାତାମାନେ ବିରୋଧ କରିଥିଲେ। ଜୁନାଗଡ଼ରେ ପୋଲିସ ଜନୈକ କଂଗ୍ରେସ ପଦାଧିକାରୀଙ୍କୁ ରୋଷେଇ ଗ୍ୟାସ୍ ସିଲିଣ୍ଡର କାନ୍ଧେଇ ମତଦାନ କେନ୍ଦ୍ର ଆଡକୁ ଯାଉଥିବା ବେଳେ ତାଙ୍କୁ ଅଟକାଇଛନ୍ତି। ସେହିପରି ନିର୍ବାଚନ ଆୟୋଗ ୧୦୪ ବର୍ଷ ବୟସ୍କ ମତଦାତା ରାମଜୀଭାଇଙ୍କ ଫଟୋ ଟ୍ୱିଟରରେ ସେୟାର କରି ସେ ଡାକ ମତପତ୍ର ଚୟନ କରିବା ବଦଳେ ମତଦାନ କେନ୍ଦ୍ରକୁ ଯାଇ ଗଣତନ୍ତ୍ରର ମହୋତ୍ସବରେ ନିଜକୁ ସାମିଲ କରିଥିବା କହିଛନ୍ତି।
A centenarian voter Smt. Kamuben Patel proudly showing her inked finger after casting her vote at a Polling Station in Umbergaon Assembly Constituency.#GujaratAssemblyPolls #GujaratElections2022 #ECI pic.twitter.com/mWICEaETL7
— Election Commission of India #SVEEP (@ECISVEEP) December 1, 2022
ନିର୍ବାଚନ ଆୟୋଗ ପୂର୍ବାହ୍ନରେ ଶତାୟୁ ମତଦାତା କାମୁବେନ ପଟେଲଙ୍କ ଏକ ଫଟୋ ଟ୍ୱିଟ୍ କରିଥିଲେ। ଏଥିରେ କାମୁବେନ୍ ବଲସାଡ ଜିଲ୍ଲା ଉମ୍ବରଗାଓଁ ମତଦାନ କେନ୍ଦ୍ରରେ ଭୋଟ ଦେଇ ଅଙ୍ଗୁଳିରେ ଲାଗିଥିବା ଅଲିଭା କାଳିର ଦାଗ ଦେଖୁଥିବା ଦେଖାଯାଇଛି। ରାଜ୍ୟ ବିଧାନସଭାର ମୋଟ ୧୮୨ ଆସନରୁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣରେ ୮୯ ଆସନ ଲାଗି ୭୮୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି।