ଟ୍ରେନ୍ରେ ଦେଖିବାକୁ ମିଳିବ ଗୁଜରାଟର ଐତିହ୍ୟ, ପର୍ଯ୍ୟଟକଙ୍କୁ ମିଳିବ ଡିଲକ୍ସ ଏସି ରୁମ-୫ଷ୍ଟାର ଖାଦ୍ୟ
5/02/2023 at 6:13 PM

ନୂଆଦିଲ୍ଳୀ, ୦୫/୦୨: ଗୁଜରାଟ ପର୍ଯ୍ୟଟନ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଐତିହ୍ୟର ପ୍ରଚାର କରିବ ଆଇଆରସିଟିସିର ସ୍ବତନ୍ତ୍ର ଟ୍ରେନ୍। ‘ଭାରତ ଗୌରବ ଡିଲକ୍ସ ଏସି ପର୍ଯ୍ୟଟନ ଟ୍ରେନ୍’ ଏହାର ପ୍ରଥମ ’ଗରଭୀ ଗୁଜରାଟ’ ଟୁର୍ ଫେବୃଆରୀ ୨୮ ରେ ଦିଲ୍ଲୀ ସଫଦରଗଞ୍ଜ ରେଲଓ୍ବେ ଷ୍ଟେସନରୁ ଆରମ୍ଭ କରିବ। ଏହି ଟ୍ରେନ୍ରେ ପର୍ଯ୍ୟଟକଙ୍କୁ ଗୁଜୁରାଟର ସଂସ୍କୃତି, ପରମ୍ପରା ଦେଖିବାକୁ ପାଇବେ।
‘ଏକ ଭାରତ ଶ୍ରେଷ୍ଠ ଭାରତ’ ସରକାର ଯୋଜନା ଅଧୀନରେ ଏହି ଟ୍ରେନ୍ ଚାଲିବ। ଏହି ଅତ୍ୟାଧୁନିକ ଭାରତ ଗୌରବ ଡିଲକ୍ସ ଏସି ଟୁରିଷ୍ଟ ଟ୍ରେନ୍ ଫାର୍ଷ୍ଟ କ୍ଲାସ୍ ଏବଂ ସେକେଣ୍ଟ କ୍ଲାସ୍ ଏସି ବଗି ସହ ୮ ଦିନ ଧରି ଯାତ୍ରା କରିବ। ଏହି ଟ୍ରେନ୍ରେ ଚାରିଟି ଫାର୍ଷ୍ଟ କ୍ଲାସ୍ ଏସି ଏବଂ ଦୁଇଟି ସେକେଣ୍ଡ କ୍ଲାସ୍ କୋଚ୍ ରହିଛି। ଗୋଟିଏ ପ୍ୟାଣ୍ଟ୍ରି କାର୍ ଏବଂ ଦୁଇଟି ରେଳ ରେଷ୍ଟୁରାଣ୍ଟ ରହିଛି। ଏଥିରେ ହାରାହାରି ୧୫୬ ପର୍ଯ୍ୟଟକ ଯାତ୍ରା କରିପାରିବେ।
ଏହି ଟ୍ରେନ୍ ଗୁଜୁରାଟର ଜୀବନ୍ତ ଐତିହ୍ୟ ପ୍ରଦର୍ଶନ କରିବ। ଟ୍ରେନ୍ରେ ଗୁଜୁରାଟର ପ୍ରସିଦ୍ଧ ତୀର୍ଥ ଏବଂ ଐତିହ୍ୟ ସ୍ଥଳୀକୁ ପ୍ରଦର୍ଶନ କରାଯିବ। ଯେମିତିକି ଷ୍ଟାଚ୍ୟୁ ଅଫ୍ ୟୁନିଟି, ଚାମ୍ପେନର, ସୋମନାଥ, ଦ୍ବାରକା, ନାଗେଶ୍ବର, ବିଟ୍ ଦ୍ବାରକା, ଅହମଦାବାଦ, ମୋଧିରା ଏବଂ ପାଟନ ରହିଛି।
ଟ୍ରେନ୍ ଗୁରୁଗ୍ରାମ, ରେଓ୍ବାଡୀ, ରିଙ୍ଗାସ, ଫୁଲେରା ଏବଂ ଆଜମେର ରେଲଓ୍ବେ ଷ୍ଟେସନରୁ ଯାତ୍ରୀ ଓହ୍ଲାଇପାରିବେ କିମ୍ବା ଚଢ଼ିପାରିବେ। ଟ୍ରେନ୍ ଆଠ ଦିନର ଯାତ୍ରା ସମୟରେ ପ୍ରାୟ ୩୫୦୦ କିଲୋମିଟର ଦୂରତା ଅତିକ୍ରମ କରିବ। ଟ୍ରେନ୍ରେ ଅନେକ ବିଳାସପୂର୍ଣ୍ଣ ସୁବିଧା ମଧ୍ୟ ରହିଛି।