suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡ଼ା : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼, ଛାତିରେ ବାଜିଛି ଗୁଳି
  • ||
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ପାଞ୍ଚ ହଜାର ବର୍ଷ ପୂର୍ବେ କିପରି ହେଉଥିଲା ଅନ୍ତିମ ସଂସ୍କାର, ଗୁଜରାଟର ଏହି କବ୍ରିସ୍ତାନ ଖନନ ପରେ ଉଠିଲା ପରଦା

8/01/2023 at 9:13 PM

ନୂଆଦିଲ୍ଲୀ: ପ୍ରାଚୀନ ସମୟରେ ଲୋକଙ୍କ ମୃତ୍ୟୁ ପରର ଅନ୍ତିମ ସଂସ୍କାରକୁ ନେଇ ଏପରି ଅନେକ ରହସ୍ୟ ରହିଛି ଯାହା ଉପରୁ ଆଜି ବି ପରଦା ଉଠି ପାରି ନାହିଁ । ତେବେ ଗୁଜରାଟର କଚ୍ଛ ଜିଲ୍ଲାରେ ଚାଲିଥିବା ଖନନରୁ ମିଳିଥିବା କବ୍ରିସ୍ତାନ ସଂସ୍କୃତି ଏବଂ ନୀତି-ନିୟମର ଅନେକ କାହାଣୀ ବର୍ଣ୍ଣନା କରୁଛି । ଏହି କବର ଗୁଡିକରୁ ଜଣାପଡୁଛି ଯେ ମୃତ ଶରୀର ସହ ଲୋକମାନେ କାଳକୃତି, ଖାଇବା-ପିଇବା ପାତ୍ର ଏବଂ ଅନ୍ୟ ଜରୁରୀ ସାମଗ୍ରୀ ମଧ୍ୟ ପୋତି ଦେଉଥିଲେ । ସେମାନଙ୍କ ବିଶ୍ୱାସ ଥିଲା ମୃତ୍ୟୁ ପରେ ମଧ୍ୟ ଅନେକ ଜୀବନ ରହିଛି, ସେଠାରେ ଏହି ସାମଗ୍ରୀର ଆବଶ୍ୟକତା ପଡିବ ।

ଗୁଜରାଟର କଚ୍ଛ ଜିଲ୍ଲାର ଲଖପତଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଜୁନା ଖଟିଆ ନାଁକ ଏକ ଗାଁରେ ୨୦୧୯ ମସିହାରୁ ଖନନ ଆରମ୍ଭ କରାଯାଇଥିଲା । ଏଠାରେ ପତ୍ନତତ୍ତ୍ୱ ବିଭାଗର ଅଧିକାରୀଙ୍କୁ ଅନେକ କବର ମିଳିଥିଲା । ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ ଏହି କବର ଗୁଡିକରୁ ମଣିଷର ଅବଶିଷ୍ଟାଂଶ ମିଳିଥିଲା । ଏହାସହ ପଶୁଙ୍କ ହାଡ, ସେ ସମୟର ଅଳଙ୍କାର, ଚାଇନା ମାଟିର ପାତ୍ର ଆଦି ମିଳିଛି । ହରପ୍ପା ସଭ୍ୟତାର ସବୁଠାରୁ ବଡ଼ କବ୍ରିସ୍ତାନ ମଧ୍ୟରୁ ଏହା ଗୋଟିଏ ହୋଇପାରେ ବୋଲି ଦାବି କରାଯାଉଛି । ବର୍ତ୍ତମାନ ସୁଦ୍ଧା ଏଠାରୁ ୧୨୫ କବର ମିଳିସାରିଛି, ତେବେ ଆହୁରି ୫୦୦ କବର ଥିବା ନେଇ ଅନୁମାନ କରାଯାଉଛି ।

ବୈଜ୍ଞାନିକଙ୍କ ଅନୁସାରେ ଏହି କବର ଗୁଡିକ ଖ୍ରୀଷ୍ଟପୂର୍ବ ୩୨୦୦ରୁ ୨୬୦୦ ମଧ୍ୟରେ ହୋଇଥାଇପାରେ । ଏହି ସ୍ଥାନ ଏଥିପାଇଁ ମଧ୍ୟ ଗୁରୁତ୍ୱ କାରଣ ଧୋଲାବୀରା ଏବଂ ଅନ୍ୟ ସ୍ଥାନ କୌଣସି ନା କୌଣସି ଜନବସତି କିମ୍ୱା ସହର ନିକଟରେ ରହିଥିବା ବେଳେ ଖଟିଆର ଏହି ସ୍ଥାନ ସମ୍ପୂର୍ଣ୍ଣ ଖାଲି ରହିଛି । କେରଳ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଏଠାର ଖନନ ନିର୍ଦ୍ଦେଶକ ରାଜେଶ ଏସଭି କହିଛନ୍ତି ଯେ ଗେବଷଣା ଦୃଷ୍ଟିରୁ ଏହି ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ କହିଛନ୍ତି ଯେ, ଅଧିକାଂଶ କବରରୁ ୫ରୁ ୬ ମାଟି ପାତ୍ର ମିଳିଛି । କେବଳ ଗୋଟିଏ କବରେ ୬୨ ମାଟି ପାତ୍ର ଥିଲା । ତେବେ କବର ଗୁଡିକ ଭିତରୁ କୌଣସି ଧାତୁ ସାମଗ୍ରୀ  ମିଳି ନାହିଁ । ଅଧିକାଂଶ କବର ଗୁଡିକୁ ପଥରରେ ଢଙ୍କା ଯାଇଥିଲା । ପଥର ଗୁଡିକୁ ଯୋଡିବା ପାଇଁ ଚାଇନା ମାଟିର ବ୍ୟବହାର କରୁଥିଲେ । ତେବେ ଏହି ଖନନରେ କେବଳ ଗୋଟିଏ ହିଁ ପୂର୍ଣ୍ଣ କଙ୍କଳା ମିଳିଥିବା ରାଜେଶ କହିଛନ୍ତି ।

   Related Posts