ପ୍ରଥମ ଥର ପାଇଁ ଖୋଲିଲା ହ୍ୟୁମାନ ଲାଇବ୍ରେରୀ; ବହି ବଦଳରେ ମନ ଓ ହୃଦୟ ପଢ଼ିବ ମଣିଷ

Published By : Prameya-News7 Bureau | May 19, 2022 IST

ଗାନ୍ଧୀନଗର: ଗୁଜରାଟ୍‌ରେ ଖୋଲିଲା ପ୍ରଥମ ହ୍ୟୁମାନ ଲାଇବ୍ରେରୀ। ଖବରଟି ପଢ଼ି ଆଶ୍ଚର୍ଯ୍ୟ ହେଉଥିଲେ ବି କଥାଟି ସତ। ପୂର୍ବରୁ ଦେଶରେ ଅନେକ ବେସରକାରୀ ସଂସ୍ଥାନ ଲୋକଙ୍କ ପାଇଁ ଏଭଳି ବ୍ୟବସ୍ଥା କରିଛନ୍ତି ହେଲେ ପ୍ରଥମ ଥର ପାଇଁ ସରକାରଙ୍କ ସହାୟତାରେ ରାଜ୍ୟରେ ମଣିଷ ଲାଇବ୍ରେରୀ ଖୋଲିଛି।

ଗୁଜରାଟ ଜୁନାଗଡ଼ରେ ଏହି ଲାଇବ୍ରେରୀ ଖୋଲାଯାଇଛି। ଏଠାରେ ଲୋକମାନେ ପରସ୍ପର ସହିତ ସୁଖଦୁଃଖ ହେବେ। ଭଲମନ୍ଦ ବାଣ୍ଟିବେ। ପ୍ରଶାନର ମୁଖ୍ୟ ଅଧିକାରୀ ଡ. ରଚିତ ରାଜ ଏନେଇ ଜିଲ୍ଲା ପ୍ରଶାସନିକ ଅଫିସ୍‌ରେ ହ୍ୟୁମାନ ଲାଇବ୍ରେରୀ ପାଇଁ ଏକ ସ୍ୱତନ୍ତ୍ର କୋଠରୀର ବ୍ୟବସ୍ଥା କରିଛନ୍ତି। ଯେଉଁଠି କର୍ମଚାରୀମାନେ ଦିନ ୧ଟାରୁ ୩ଟା ପର୍ଯ୍ୟନ୍ତ ବସିବେ ଓ ପରସ୍ପର ସହିତ ସୁଖଦୁଃଖ ବାଣ୍ଟିବେ।

{"id":631148,"width":838,"height":629,"sizeSlug":"full","linkDestination":"none"}

ଏନେଇ ରାଜ କହିଛନ୍ତି " ୨୦୦୦ ମସିହାରେ ଡେନ୍‌ମାର୍କରେ ଏହି ଆଇଡିଆ କାର୍ଯ୍ୟକାରୀ କରାଯାଇଥିଲା। ଆମ ଦେଶରେ ବି ଅନେକ ଘରୋଇ କମ୍ପାନୀ ଏଭଳି ପଦକ୍ଷେପ ନେଇଛନ୍ତି। ତେବେ ସରକାରଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ଗୁଜରାଟରେ ଏଭଳି ପ୍ରୟାଶ କରାଯାଇଛି।"  

ହ୍ୟୁମାନ ଲାଇବ୍ରେରୀ କଣ ?

ବର୍ତ୍ତମାନର ସମୟରେ ମଣିଷ ଦିନକୁ ଦିନ ଦୁଃଖୀ ଓ ହତାସ ହେଇଯାଉଛି। କାହାରି ପାଖରେ କାହାର ମନକଥା ଶୁଣିବାକୁ ସମୟ ନାହିଁ। ଫଳରେ ମଣିଷ ଅବଶାଦରେ ଚାପଗ୍ରସ୍ତ ହେଉଛି ଓ ଆତ୍ମହତ୍ୟା ସଂଖ୍ୟା ବଢ଼ି ଚାଲିଛି। ତେଣୁ ଟିକେ ସମୟ କାଢ଼ି ପରସ୍ପର ସହିତ ଭାବପ୍ରବଣତାର ଯୋଡ଼ି ହେବାକୁ ହ୍ୟୁମାନ ଲାଇବ୍ରେରୀ ଖୋଲାଯାଇଛି। ଏହି ଲାଇବ୍ରେରୀ ଲୋକମାନଙ୍କ ମଧ୍ୟରେ ଥିବା ବ୍ୟବଧାନ ଦୂର କରିପାରିବ। ସେମାନଙ୍କୁ ପରସ୍ପର ସହିତ ଯୋଡ଼ିପାରିବ। ଏହା ଏମିତି ଏକ ଲାଇବ୍ରେରୀ ଯେଉଁଠି ବହି ଅପେକ୍ଷା ମଣିଷର ମନ ଓ ହୃଦୟକୁ ପଢ଼ିବାକୁ ସୁଯୋଗ ମିଳିବ ବୋଲି ଡ. ରଚିତ ରାଜ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.