RR vs GT: ପାଣ୍ଡ୍ୟାଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ରାଜସ୍ଥାନ ଆଗରେ ୧୯୩ ରନ୍‌ର ଟାର୍ଗେଟ୍ ରଖିଲା ଗୁଜୁରାଟ ଟାଇଟନ୍ସ

Published By : Prameya-News7 Bureau | April 14, 2022 IST

ମୁମ୍ବାଇ: ଆଇପିଏଲ୍‌ର ୧୫ ତମ ସଂସ୍କରଣର ୨୪ତମ ଲିଗ୍‌ ମ୍ୟାଚ୍‌ରେ ଆଜି ମୁହାଁମୁହିଁ ହୋଇଛନ୍ତି ରାଜସ୍ଥାନ ରୟାଲ୍ସ ଓ ଗୁଜରାଟ ଟାଇଟନ୍ସ। ଆଜିର ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଗୁଜୁରାଟ ଆରମ୍ଭରୁ ମାଟି କାମୁଡ଼ିଥିଲା। ହେଲେ କ୍ୟାପ୍ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା,ଅଭିନବ ମନୋହର ଓ ଶେଷ ବେଳକୁ ଆସିଥିବା ଡେଭିଡ୍ ମିଲରଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଦଳ ୨୦ ଓଭର ଖେଳି ୪ ୱିକେଟ୍ ହରାଇ ୧୯୨ ରନ୍‌ କରିପାରିଛି।

{"width":840,"height":473}
ମାଥ୍ୟୁ ୱେଡ୍ ରନ୍‌ ଆଉଟ୍

ଗୁଜୁରାଟ ଟାଇଟନ୍ସ ପକ୍ଷରୁ ପାଣ୍ଡ୍ୟା ସର୍ବାଧିକ ୮୭ ରନ୍ କରିଥିବା ବେଳେ ଅଭିନବ ମନୋହର ୪୨ ରନ୍ ଓ ଡେଭିଡ୍ ମିଲର ୩୧ ରନ୍ କରିଥିଲେ।

ଦଳ ପାଇଁ ଓପନିଂ କରିବାକୁ ଆସିଥିବା ମାଥ୍ୟୁ ୱେଡ୍ ଓ ଶୁଭମନ ଗିଲ୍ ବ୍ୟାଟିଂ ଜାରି ରଖିଥିଲେ। ହେଲେ ମାତ୍ର ୧.୨ ଓଭର ଖେଳ ଜାରି ରହିଥିବା ବେଳେ ୱେଡ୍‌ଙ୍କର ୱିକେଟ୍ ପଡ଼ିଥିଲା। ସେ ମାତ୍ର ୬ ବଲ୍‌ରେ ୧୨ ରନ୍ କରି ରନ୍‌ ଆଉଟ୍ ହୋଇଥିଲେ। ୱେଡ୍‌ଙ୍କ ପରେ ଆସିଥିବା ବିଜୟ ଶଙ୍କର ବି ରାଜସ୍ଥାନର ବୋଲିଂ ଆଗରେ ତିଷ୍ଟି ପାରିନଥିଲେ। ୨.୫ ଓଭର ବେଳେ ବିଜୟ କୁଲଦୀପଙ୍କ ବଲ୍‌ରେ ସଞ୍ଜୁ ସାମସନଙ୍କୁ କ୍ୟାଚ୍ ଦେଇଥିଲେ। ସେ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ।

Image

ଦୁଇ ୱିକେଟ ହରାଇ ଗୁଜୁରାଟ ଟାଇଟନ୍ସ ସଂଘର୍ଷ କରୁଥିବାର ଦେଖାଯାଇଥିଲା। ଓପନିଂ ବ୍ୟାଟିଂ ଆସିଥିବା ଶୁଭମନ ଗିଲ୍‌ ମଧ୍ୟ ବେଶି ସମୟ ରହିପାରି ନଥିଲେ। ସେ ୧୪ ବଲ୍‌ରେ ୧୩ ରନ୍ କରି ରିୟାନ ପରାଗଙ୍କ ବଲ୍‌ରେ ହେଟ୍‌ମାୟରଙ୍କ ହାତରେ କ୍ୟାଚ୍ଆଉଟ ହୋଇଥିଲେ। ଫଳରେ ଗୁଜୁରାଟ ୬ ଓଭର ଖେଳ ଶେଷ ସୁଧା ୩ ୱିକେଟ୍ ହରାଇ ୫୦ ରନ୍ ପାର୍ କରିଥିଲେ।

Image

ଲଗାତର ୱିକେଟ୍ ଗଡ଼ିବା ପରେ ଦଳର ସ୍କୋର ମଧ୍ୟ ଧିମା ପଡ଼ିଥିଲା। ଚତୁର୍ଥ ୱିକେଟ୍ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ଅଭିନବ ମନୋହର କ୍ୟାପ୍ଟେନ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମଶି ବ୍ୟାଟିଂ ଆରମ୍ଭ କରିଥିଲେ। ଦୁହିଁଙ୍କ ବ୍ୟାଟିଂରେ ଦଳ ୧୦ ଓଭରରେ ୩ ୱିକେଟ ହରାଇ ୭୨ ରନ୍ ପୂରା କରିଥିଲା।

{"id":614151,"sizeSlug":"full","linkDestination":"none"}
pic-twitter.com

ଏହାପରେ ପାଣ୍ଡ୍ୟା ଟିମ ସ୍କୋର୍‌କୁ ଦ୍ରୁତ ଗତିରେ ବଢ଼ାଇବାକୁ ଚେଷ୍ଟା କରିଥିଲେ। ତେବେ ଧୈର୍ଯ୍ୟର ସହ ବ୍ୟାଟିଂ କରି ପାଣ୍ଡ୍ୟା ମାତ୍ର ୩୫ ବଲ୍‌ରେ ନିଜର ଅର୍ଦ୍ଧ ଶତକ ପୂରା କରିଥିଲେ। ଉଭୟ ବ୍ୟାଟରଙ୍କର ସଂଘର୍ଷପୂର୍ଣ୍ଣ ବ୍ୟାଟିଂରେ ଦଳ ୧୫ ଓଭରରେ ୩ ୱିକେଟ୍ ହରାଇ ୧୩୦ ରନ୍‌ କରିଥିଲା। ହେଲେ ୧୫ ଓଭର ଶେଷ ବଲ୍‌ରେ ପାଣ୍ଡ୍ୟା ଓ ମନୋହରଙ୍କ ଯୋଡ଼ି ଭାଙ୍ଗିଥିଲେ ୟୁଜବେନ୍ଦ୍ର ଚହଲ।

Image
ଅଭିନବ ମନୋହରଙ୍କ କ୍ୟାଚ୍ ଧରୁଛନ୍ତି ଅଶ୍ୱନୀ

ଅଭିନବ ମନୋହରଙ୍କୁ ୪୩ ରନ୍‌ରେ କ୍ୟାଚ୍‌ ଆଉଟ୍ କରିଥିଲେ ଚହଲ। ଅଭିନବ ୨୮ ବଲ୍‌ରେ ୪୩ ରନ୍ କରିଥିବା ବେଳେ ଅଶ୍ୱନୀଙ୍କ କ୍ୟାଚ୍ ଦେଇ ଆଉଟ ହୋଇଥିଲେ। ତେବେ ପାଣ୍ଡ୍ୟା ଓ ଅଭିନବ ମନୋହର ଦୁହେଁ ମିଶି ଦଳ ପୀଇଁ ୬୧ ରନ୍‌ ଯୋଡ଼ିଥିଲେ। ଏହାପରେ ଅଭିନବ ମନୋହରଙ୍କ ସ୍ଥାନ ପୂରଣ କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ଡେଭିଡ୍ ମିଲର। ବ୍ୟାଟିଂ ପାଇ ଓହ୍ଲାଇବା ମାତ୍ରେ ଧୂଆଁଦାର ବ୍ୟାଟିଂ ଆରମ୍ଭ କରିଦେଇଥିଲେ।  

ଗୋଟିଏ ପଟେ ପାଣ୍ଡ୍ୟା ଓ ଅନ୍ୟପଟେ ମିଲର ଛକ୍କା ଚୌକା ମାଡ଼ କରି ଦଳର ସ୍କୋର ୧୯୨ ପର୍ଯ୍ୟନ୍ତ ନେଇଯାଇଥିଲେ। ଉଭୟଙ୍କ ମଧ୍ୟରେ ୨୫ ବଲ୍‌ରେ ୫୩ ରନ୍‌ ପାର୍ଟନର୍ସିପ୍ ଦେଖିବାକୁ ମିଳିଥିଲା। ପଞ୍ଜାବକୁ ଏହି ମ୍ୟାଚ୍‌ ଜିତିବାକୁ ହେଲେ ରାଜସ୍ଥାନକୁ ୧୯୩ ରନ୍ କରିବାକୁ ହେବ।

wp:html /wp:html

ଆଜିର ମ୍ୟାଚ୍‌ରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ରାଜସ୍ଥାନ ପ୍ରଥମେ ପ୍ରଥମେ ଗୁଜୁରାଟକୁ ଅଡ଼ୁଆରେ ପକାଇଥିଲେ। ହେଲେ ହାର୍ଦ୍ଦିକ ପାଣ୍ଡ୍ୟା,ଅଭିନବ ମନୋହର ଓ ଶେଷ ବେଳକୁ ଆସିଥିବା ଡେଭିଡ୍ ମିଲରଙ୍କ ଲଢ଼ୁଆ ବ୍ୟାଟିଂ ପଞ୍ଜାବର ବୋଲିଂକୁ ବିଫଳ କରିଦେଇଥିଲେ। ରାଜସ୍ଥାନ ପକ୍ଷରୁ କୁଲଦୀପ ସେନ୍, ୟୁଜବେନ୍ଦ୍ର ଚହଲ ଓ ରିୟାନ ପରାଗ ଗୋଟିଏ ଲେଖାଏ ୱିକେଟ୍ ନେଇଥିବା ବେଳେ ଅନ୍ୟ କୌଣସିଲ ବୋଲର ୱିକେଟ୍ ନେବାରେ ସଫଳ ହୋଇନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.