ଗୁଜରାଟ ସରକାର ଭାଙ୍ଗିବାକୁ ଚାହୁଁଥିଲେ ସୋନିଆଙ୍କ 'କିଚେନ କ୍ୟାବିନେଟ' ସଦସ୍ୟ ଶୀତଲୱାଡ, ଚାହୁଁଥିଲେ ରାଜ୍ୟସଭା ସଦସ୍ୟତା : ବିଜେପି

Published By : Prameya-News7 Bureau | July 16, 2022 IST

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା କେସରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ମାନବାଧିକାରୀ କର୍ମୀ ତିସ୍ତା ଶୀଳତୱାଡଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଛି ବଡ଼ ଦାବି କରିଛି ବିଜେପି । ଦଳର ମୁଖପାତ୍ର ସମ୍ୱିତ ପାତ୍ର ଶନିବାର କହିଛନ୍ତି, ତିସ୍ତା ଶୀତଳୱାଡଙ୍କ ରାଜନୈତିକ ଏଜେଣ୍ଡା ଥିଲା । ସେ ସେହି ଲୋକମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ତତ୍କାଳୀନ ଗୁଜରାଟ ସରକାରକୁ ଭାଙ୍ଗିବା ପାଇଁ ଚାହୁଁଥିଲେ । ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ କିଚେନ କ୍ୟାବିନେଟ୍ ସଦସ୍ୟ ଥିଲେ ଏବଂ ସେ ରାଜ୍ୟସଭାର ସଦସ୍ୟତା ଚାହୁଁଥିଲେ।

ସମ୍ୱିତ ପାତ୍ର କହିଛନ୍ତି, ଗୁଜରାଟ ଦଙ୍ଗା ମାମଲାରେ ସେ ଯେଉଁ ପରି ଭାବେ ନରେନ୍ଦ୍ର ମୋଦୀଙ୍କୁ  ଅପମାନିତ କରିବା ପାଇଁ ଉଦ୍ୟମ କରିଥିଲେ, ତାହା କଂଗ୍ରେସର ଏକ ଷଡଯନ୍ତ୍ର ଥିଲା । ଏବେ ଗୋଟିଏ ପରେ ଗୋଟିଏ ସତ ପଦାକୁ ଆସୁଛି । ସୁପ୍ରିମକୋର୍ଟ କହିଥିଲେ, କିଛି ଲୋକ ଷଡଯନ୍ତ୍ର ରଚି ଏହି ବିଷୟକୁ ଜୀବିତ ରଖିବା ପାଇଁ ପ୍ରସାୟ କରୁଥିଲେ ଏବଂ ଭୁଲ ତଥ୍ୟ ଉପସ୍ଥାପନ କରୁଥିଲେ । ଏବେ ଏହି ଲୋକଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି କହିଥିଲେ ।

ସମ୍ୱିତ ପାତ୍ର କହିଛନ୍ତି, ଏହି ମାମଲାରେ ଗଠିତ ଏସଆଇଟି କୋର୍ଟରେ ସତ୍ୟପାଠ ଦାଖଲ କରିଛି । ଏହା ଅନୁସାରେ ଶୀତଲୱାଡ ଏବଂ ଏହାର ସହଯୋଗୀ ମାନବିକତା ପାଇଁ କାମ କରୁନଥିଲେ । ଏହା ରାଜନୈତିକ ଉଦ୍ଦେଶ୍ୟ ସହ କାମ କରୁଥିଲେ । ଏମାନଙ୍କ କେବଳ ଦୁଇଟି ଉଦ୍ଦେଶ୍ୟ ଥିଲା । ପ୍ରଥମରେ ତତ୍କାଳୀନ ଗୁଜରାଟ ସରକାରକୁ ଭାଙ୍ଗିବା ଏବଂ ଦ୍ୱିତୀୟରେ ନିରୀହ ଲୋକଙ୍କୁ ଏଥିରେ ସାମିଲେ କରାଯିବ, ଏଥିରେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁ ମଧ୍ୟ ସାମିଲ ରହିଛି ।

ଏହାସହ ସେ କହିଛନ୍ତି, ଏସଆଇଟିର ସତ୍ୟପାଠ ଅନୁସାରେ ସୋନିଆ ଗାନ୍ଧୀଙ୍କ ପୂର୍ବତନ ପରାମର୍ଶଦାତା ଅହମଦ ପଟେଲ ଏହି ଷଡଯନ୍ତ୍ର ରଚିଥିଲେ । ପେଟଲେ କେବଳ ଏକ ନାଁ ମାତ୍ର, ଏହି ସବୁ ପଛରେ ମୁଖ୍ୟ ରୁପରେ ସୋନିଆ ଗାନ୍ଧୀ ହିଁ ଅଛନ୍ତି । ସୋନିଆ ଗୁଜରାଟର ଛବି ଏବଂ ତତ୍କାଳୀନ ଗୁଜାରଟ ମୁଖ୍ୟମନ୍ତ୍ରୀ ମୋଦୀଙ୍କୁ ଅପମାନିତ କରିବା ପାଇଁ ଷଡଯନ୍ତ୍ର ରଚିଥିଲେ।  ଏଥିରେ ପ୍ରଥମ କିସ୍ତିରେ ଶୀତଲୱାଡଙ୍କୁ ୩୦ ଲକ୍ଷ ଟଙ୍କା ଦେଇଥିଲେ ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.