oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ବିନା ଅନୁମତିରେ ଦଳର ଅଫିସ ଭିତରେ ପଶିଲା ଗୁଜୁରାଟ ପୁଲିସ; କଂଗ୍ରେସର ଅଭିଯୋଗ

1/04/2022 at 12:08 AM

ଅହମଦାବାଦ: ବିନା ଅନୁମତିରେ କଂଗ୍ରେସ ଅଫିସ ଭିତରେ ପଶିଲା ଗୁଜୁରାଟ ପୁଲିସ୍। ଗୁଜୁରାଟର ଅହମଦାବାଦରେ ଥିବା ଦଳୀୟ ଅଫିସ୍‌ରେ ଗୁଜୁରାଟ ପୁଲିସ ବିନା ଅନୁମତିରେ ପଶିଥିଲା ବୋଲି କଂଗ୍ରେସ ଅଭିଯୋଗ କରିଛି। ପୁଲିସ ପଶିବା ପୂର୍ବରୁ ଅନୁମତି ନେଇ ନାହିଁ କିମ୍ବା ନୋଟିସ୍‌ ଦେଇ ନାହିଁ। ହେଲେ ଅଫିସ୍ ଭିତରେ ପଶି ମହିଳା କର୍ମୀଙ୍କୁ ଦୁର୍ବ୍ୟବହାର କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏନେଇ ଦଳ ଗୁଜୁରାଟ ପୁଲିସ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଗୁଜୁରାଟ କଂଗ୍ରେସ ମୁଖ୍ୟ ଜଗଦିଶ ଠାକୁର କହିଛନ୍ତି।

ଏନେଇ କଂଗ୍ରେସ ନେତା ପବନ ଖେଡ଼ା କହିଛନ୍ତି ”କଂଗ୍ରେସ ଗୋଟେ ଦାୟିତ୍ୱସମ୍ପନ୍ନ ପାର୍ଟି ଭାବରେ ଦେଶରେ ଅହେତୁକ ମୂଲ୍ୟ ବୃଦ୍ଧି ବିରୋଧରେ ସାରା ଦେଶରେ ଆନ୍ଦୋଳନ କରୁଛି। ଗୁଜୁରାଟରେ ବି ଆନ୍ଦୋଳନ କରୁଛି। କଣ ଆମର ବିରୋଧ ପ୍ରଦର୍ଶନ କରିବାର ଅଧିକାର ନାହିଁ।? ସବୁ ଜିନିଷର ମୂଲ୍ୟ ଆକାଶ ଛୁଆଁ ହେଲାଣି। କଣ ଆମେ ଏହା ବିରୋଧରେ ବିରୋଧ ପ୍ରଦର୍ଶନ କରିପାରିବୁ ନାହିଁ?”   

ଗୁଜୁରାଟ ପୁଲିସର କାର୍ଯ୍ୟକଳାପକୁ ସମାଲୋଚନା କରି ଶ୍ରେ ଖେଡ଼ା କହିଛନ୍ତି “ଆଜି ପୁଲିସ ଆମ ଗୁଜୁରାଟ ଅଫିସ୍‌ରେ ପଶି ମହିଳା କର୍ମୀଙ୍କୁ ଦୁର୍ବ୍ୟବହାର କରିବା ସହିତ ମହଙ୍ଗା ବଜାର ପାଇଁ ବିକ୍ଷୋଭରେ ଦାହ କରିବାକୁ ତିଆରି କରିଥିବା କୁଶପୁତ୍ତଳିକାକୁ ନେଇଯାଇଛନ୍ତି। ବିରୋଧ କରି କଣ ଆମେ କୁଶପୁତ୍ତଳିକ ଦାହ କରିପାରିବୁ ନାହୁଁ। ବିନା ଅନୁମତିର ପୁଲିସ କେମିତି ଦଳର ଅଫିସ ଭିତରେ ପଶିପାରିବ” ବୋଲି କହି କଂଗ୍ରେସ ନେତା ଶ୍ରୀ ଖେଡ଼ା ପ୍ରଶ୍ନ କରିଛନ୍ତି।

   Related Posts