କ୍ରିକେଟ୍ ଖେଳୁଥିବା ବେଳେ ହୃଦ୍ଘାତରେ ଖେଳାଳିଙ୍କ ମୃତ୍ୟୁ, ୪୫ ଦିନରେ ଘଟିଲାଣି ୮ ଘଟଣା
19/03/2023 at 5:00 PM

ଗାନ୍ଧୀନଗର: କ୍ରିକେଟ୍ ଖେଳୁଥିବା ବେଳେ ହୃଦ୍ଘାତରେ ଖେଳାଳିଙ୍କ ମୃତ୍ୟୁ। ଗୁଜୁରାଟ ରାଜକୋଟରେ ଏଭଳି ଦୁଃଖଦ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ମୟୂର। ସେ ଶାସ୍ତ୍ରୀ ମୈଦାନ୍ରେ କ୍ରିକେଟ୍ ଖେଳୁଥିବା ବେଳେ ହଠାତ୍ ପଡ଼ିଆରେ ଗଡ଼ିପଡ଼ିଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।
ସୂଚନା ଅନୁସାରେ, ୪୫ ବର୍ଷୀୟ ମୟୂର ସାଙ୍ଗମାନଙ୍କ ସହ ପଡ଼ିଆରେ ଖେଳୁଥିବା ବେଳେ ଟିକେ ନର୍ଭସ ଅନୁଭବ କରୁଥିଲେ। ଏହାପରେ ସେ ପଡ଼ିଆରେ କିଛି ସମୟ ବସି ପଡ଼ିଥିଲେ। ସେଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଗୁଜରାଟରେ ଦେଢ ମାସ ଭିତରେ ଏଭଳି ୮ଟି ଘଟଣା ଘଟିଲାଣି।
ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ମୟୂର କେବେ କୌଣସି ନିଶା ଖାଉଥିଲେ। ସେ ଜଣେ ସୁନା ଦୋକାନୀ। ପରିବାର ଏକମାତ୍ର ରୋଜଗାରିଆ ବ୍ୟକ୍ତି।