କୋଳରେ ଥିଲା ୩ ବର୍ଷର ଝିଅ, ୨୦ ଫୁଟ ଉଚ୍ଚର ଟ୍ରମ୍ପ ୱାଲ୍, ଗୋଟିଏ ଝଟକାରେ ଶେଷ ହୋଇଗଲା ଆମେରିକା ଯିବା ସ୍ୱପ୍ନ

Published By : Prameya-News7 Bureau | December 26, 2022 IST

ଗାନ୍ଧୀନଗର: ମେସ୍କିକୋ-ଆମେରିକା ମଧ୍ୟରେ ଥିବା ପାଚେରୀ ଡେଇଁବା ସମୟରେ ଗାନ୍ଧୀନଗର ଜିଲ୍ଲାର ଜଣେ ୩୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ମାମଲା ସାମନାକୁ ଆସିଛି । ବ୍ୟକ୍ତି ଜଣକ ନିଜ ପତ୍ନୀ ଏବଂ ତିନି ବର୍ଷର ପିଲା ସହ ଆମେରିକାରେ ପ୍ରବେଶ କରିବା ସମୟରେ ଏହି ଅଘଟଣ ଘଟିଥିଲା । ମେସ୍କିକୋ-ଆମେରିକୀୟ ଦିୱାରକୁ ଟ୍ରମ୍ପ ୱାଲ ବୋଲି ମଧ୍ୟ କୁହାଯାଏ । ଏହି ପାଚେରୀରୁ ପଡି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ଗାନ୍ଧୀନଗର ଜିଲ୍ଲାର କଲୋଲ ନିବାସୀ ବୃଜ କୁମାର ଯାଦବ ବୋଲି ଜଣାପଡିଛି । ଯାଦବ କଲୋଲ ଜିଆଇଡିଟିରେ କାର୍ଯ୍ୟରତ ଥିଲେ । ପରିବାର ସହ ସେ ଏଠାକୁ ବେଆଇନ ଭାବେ ଆସିଥିଲେ ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ମେସ୍କିକୋ-ଆମେରିକା ବର୍ଡରେ ହଜାର ହଜାର ସଂଖ୍ୟାରେ ଲୋକ ଅଛନ୍ତି । ଆମେରିକା ସୁପ୍ରିମକୋର୍ଟ ଦ୍ୱାରା ଲାଗୁ କରାଯାଇଥିବା କରୋନା କଟକଣା ହଟାଯିବାକୁ ସମସ୍ତେ ଚାହିଁ ରହିଛନ୍ତି । ପୋଲିସ ତଦନ୍ତରେ ସାମନାକୁ ଆସିଛି ଯେ ବୃଜଙ୍କ ପରିବାର ଜଣେ ଏଜେଣ୍ଟ ଜରିଆରେ ସେଠାରେ ପହଞ୍ଚିଥିଲେ ଏବଂ ଫସି ରହିଥିଲେ । ବୃଜ କୁମାର ନିଜର ତିନି ବର୍ଷର ଝିଅକୁ ଧରି ପାଚେରୀ ପାର କରିବା ପାଇଁ ଉଦ୍ୟମ କରୁଥିଲେ ଏହି ସମୟରେ ଦୁର୍ଘଟଣା ଘଟିଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଥିଲା । ପତ୍ନୀ ଏବଂ ଝିଅଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.