ତୁମେ କରୁଛ କ’ଣ ?: ଗେମିଂ ଜୋନ୍ ଅଗ୍ନିକାଣ୍ଡ ମାମଲାରେ ଗୁଜରାଟ ସରକାର ଏବଂ RCM ଉପରେ ବର୍ଷିଲେ ହାଇକୋର୍ଟ

Published By : Prameya-News7 Bureau | May 27, 2024 IST

ନୂଆଦିଲ୍ଲୀ: ଟିଆରପି ଗେମିଂ ଜୋନ ଅଗ୍ନିକାଣ୍ଡ ମାମଲାରେ ଗୁଜରାଟ ହାଇକୋର୍ଟ ସୋମବାର ରାଜକୋଟ ମ୍ୟୁନିସିପାଲ୍ କର୍ପୋରେସନକୁ କଡ଼ ଶବ୍ଦରେ ଭର୍ତ୍ସନା କରିଛନ୍ତି । ଏହାସହ ଉଚ୍ଚ ନ୍ୟାୟଳୟ କହିଛନ୍ତି ଯେ ନିରୀହ ଲୋକଙ୍କ ଜୀବନ ଯିବା ପରେ ଆକ୍ସନ ନେଉଥିବା ରାଜ୍ୟ ସରକାରଙ୍କ ମେସିନାରି ଉପରେ ଭରସା ନାହିଁ । ଉଲ୍ଲେଖଯୋଗ୍ୟ ଯେ ଗୁଜରାଟ ସହରର ଟିଆରପି ଗେମ୍ ଜୋନରେ ଭୀଷଣ ଅଗ୍ନିକାଣ୍ଡରେ ୧୨ ପିଲାଙ୍କ ସହ ୨୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଗେମ୍ ଜୋନର ମାଲିକ ଏବଂ ପରିଚାଳକଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣାରେ ସମସ୍ତେ ସ୍ତବ୍ଧ ହୋଇଛନ୍ତି । ଏହି ମାମଲା ଉପରେ ଗୁଜରାଟ ହାଇକୋର୍ଟଙ୍କ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଲଗତାର ନିଜର ରଖିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଗୋଟିଏ ଦିନ ପୂର୍ବେ ଅହମଦାବାଦ, ଭଦୋଦରା, ସୁରଟ ଏବଂ ରାଜକୋଟ ନଗର ନିଗମର ଓକିଲଙ୍କୁ ସୋମବାର ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାସହ କେଉଁ ଆଇନରେ ଏହିପରି ସଂସ୍ଥାକୁ ସେମାନଙ୍କ ଅଧିକାର କ୍ଷେତ୍ରରେ ସ୍ଥାପନା କରାଗଲା ଏବଂ ଜାରି ରଖାଗଲା । ଏହା ଉପରେ ଆରଏମସି ସୋମବାର କହିଥିଲେ ଯେ ଦୁଇ ଗେମିଂ ଜୋନ୍ ୨୪ ମାସରୁ ଅଧିକ ସମୟ ଧରି ବିନା ଅଗ୍ନି ସୁରକ୍ଷା ପ୍ରମାଣ ପତ୍ର ଏବଂ ଆବଶ୍ୟକୀୟ ମଞ୍ଜୁରୀ ବିନା କାମ କରୁଥିଲେ । ଗେମିଂ ଜୋନ୍ ପାଇଁ ଆମ ଅନୁମତି ନିଆଯାଇ ନଥିଲା । ଏହା ଉପରେ କୋର୍ଟ ରାଗି ଥିଲେ ଏବଂ ରାଜ୍ୟ ସରକାରଙ୍କ ଉପରେ ଏବେ ବିଶ୍ୱାସ କରିପାରିବେ ନାହିଁ ବୋଲି କହିଥିଲେ ।

କୋର୍ଟର ରାଗରେ କହିଥିଲେ, 'ରାଜକୋଟରେ ଗେମିଂ ଜୋନ୍ ଅଢେଇ ବର୍ଷ ଧରି ଚାଲିଥିଲା । ଏତେ ବଡ଼ ବିଲ୍ଡିଂ ଉପରେ କଣ ଆପଣ ଆଖି ବୁଜି ବସିଥିଲେ ? ଆପଣ ଏବଂ ଆପଣଙ୍କ କର୍ମଚାରୀ କରୁଛନ୍ତି କଣ ?'

ଏହାସହ କିଛି ଫଟୋରେ ଗେମିଂ ଜୋନରେ ଅଧିକାରୀ ନଜର ଆସିବା ପରେ ଜଷ୍ଟିସ୍ ବୀରେନ ବୈଷ୍ଣବ ଏବଂ ଜଷ୍ଟିସ୍ ଦେବନ ଦେସାଇଙ୍କ ଖଣ୍ଡପୀଠ ଅଧିକ ରାଗି ଯାଇଥିଲେ । ଖଣ୍ଡପୀଠ ଆରଏମସିକୁ ପ୍ରଶ୍ନ କରିଥିଲେ ଏହି ଅଧିକାରୀ କିଏ ? କଣ ସେମାନେ ଖେଳିବାକୁ ଯାଇଥିଲେ ? ସେପଟେ ଅଗ୍ନି ସୁରକ୍ଷା ସାର୍ଟିଫିକେଟ୍ ପାଇଁ ଚାରି ବର୍ଷରୁ ଶୁଣାଣି ଝୁଲି ରହିଥିବା କୋର୍ଟ ଜାଣିବା ପରେ ରାଜ୍ୟ ସରକାରଙ୍କୁ କଡ଼ା ନିନ୍ଦା କରିଥିଲେ । କୋର୍ଟ କହିଥିଲେ କଣ ଆପଣ ଅନ୍ଧ ହୋଇଯାଇଛନ୍ତି ? ଆପଣ ଶୋଇ ପଡ଼ିଛନ୍ତି ? ଏବେ ଆମକୁ ସ୍ଥାନୀୟ ପ୍ରଣାଳୀ ଏବଂ ରାଜ୍ୟ ଉପରେ ଭରସା ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.