ମୋରବି ପୋଲ ଦୁର୍ଘଟଣା ଉପରେ ମଙ୍ଗଳବାର ଶୁଣାଣି କରିବେ କୋର୍ଟ ? ଜନସ୍ୱାର୍ଥ ଯାଚିକା ଉପରେ ଆସିପାରେ ବଡ଼ ରାୟ

Published By : Prameya-News7 Bureau | November 14, 2022 IST

ଗାନ୍ଧୀନଗର: ଗୁଜରାଟ ହାଇକୋର୍ଟ ମୋରବି ପୋଲ ଭୁଶୁଡିବା ଘଟଣାରେ ସ୍ୱତଃ ସଜ୍ଞାନ ନେଇଥିବା ଜନସ୍ୱାର୍ଥ ଯାଚିକା ଉପରେ ମଙ୍ଗଳବାର ନଭେମ୍ୱର ୧୫ରେ ଶୁଣାଣି କରିପାରନ୍ତି । ମୁଖ୍ୟ ବିଚାରପତି ଅରବିନ୍ଦ କୁମାରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଉପଲବ୍ଧ ନଥିବା କାରଣରୁ ସୋମବାର ଏହି ମାମଲା ଉପରେ ଶୁଣାଇ ହୋଇପାରି ନଥିଲା । ମୁଖ୍ୟ ବିଚାରପତି କୁମାର ଏବଂ ଜଷ୍ଟସ ଆଶୁତୋଷ ଶାସ୍ତ୍ରୀଙ୍କ ଖଣ୍ଡପୀଠ ଅକ୍ଟୋବର ୩୦ରେ ହୋଇଥିବା ଦୁର୍ଘଟଣା ଉପରେ ନଭେମ୍ୱର ୭ରେ ରାଜ୍ୟ ସରକାର ଏବଂ ରାଜ୍ୟ ମାନବାଧିକାର ଆୟୋଗଙ୍କୁ ନୋଟିସ ଜାରି କରିବା ସହ ସରକାରଙ୍କୁ ସ୍ଥିତି ଉପରେ ରିପୋର୍ଟ ମାଗିଥିଲେ ।

ହାଇକୋର୍ଟଙ୍କ ୱେବସାଇଟ୍ ଅନୁସାରେ, ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ୱର ୧୫ରେ ହେବ । ଅକ୍ଟୋବର ୩୦ରେ ମଛୁ ନଦୀ ଉପରେ ଥିବା ବ୍ରିଟିଶ ଅମଳର କେବଲ ପୋଲ ଛିଣ୍ଡିବା ଯୋଗୁଁ ମହିଳା ଏବଂ ଶିଶୁଙ୍କ ସହ ମୋଟ ୧୩୫ ଜଣଙ୍କ ମୃତ୍ୟୁ ହୋଇଥିଲା । ନଭେମ୍ୱର ୭ରେ ହାଇକୋର୍ଟ କହିଥିଲେ ଯେ, ପୋଲ ଭୁଶୁଡିବା ଘଟଣା ଉପରେ ଏକ ନ୍ୟୁଜ ରିପୋର୍ଟକୁ ସ୍ୱତଃ ସଜ୍ଞାନ ନେଇଛନ୍ତି ଏବଂ ଏକ ଜନସ୍ୱାର୍ଥ ଯାଚିକା ଉପରେ ରୁଜୁ କରିଛନ୍ତି ।

ମଛୁ ନଦୀ ଉପରେ ନିର୍ମାଣ ଏହି କେବଲ ପୋଲର ମରାମତି ଦାୟିତ୍ୱ ଓରେଭା ଗ୍ରୁପକୁ ଦିଆଯାଇଥିଲା । ପୋଲ ଛିଣ୍ଡିବା ବା ପରେ କମ୍ପାନି ଏବେ ତଦନ୍ତ ପରିସରକୁ ଆସିଛି । ତେବେ ଆଶ୍ଚର୍ଯ୍ୟର ବିଷୟ ଏହା ଥିଲା ଯେ, ଯେଉଁ ଓରେଭା ଗ୍ରୁପକୁ ପୋଲର ମରାମତି ଦାୟିତ୍ୱ ଦିଆଯାଇଥିଲା, ତାର ଏଥିରେ କୌଣସି ଅନୁଭୁତି ନାହିଁ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.