ଗୁଜରାଟ ପାଲଟିଲା ବ୍ଲାକ ଫଙ୍ଗସ ହଟସ୍ପଟ, ସ୍ଥିତି ସଂଗୀନ ପାଇଁ ଗଠନ ହେଲା ଟାସ୍କଫୋର୍ସ

Published By : Prameya-News7 Bureau | May 27, 2021 IST

ଅହମଦାବାଦ ୨୭/୫: କରୋନା ପରେ ମ୍ୟୁକୋର ମାଇକୋସିସ୍ ମାମଲା ଜାରି ହେବା ପରେ ଗୁଜୁରାଟ ସରକାର ଏହି ରୋଗକୁ ମହାମାରୀ ଘୋଷଣା କରିଥିଲେ । ବର୍ତ୍ତମାନ ଗୁଜୁରାଟ ପାଲଟିଛି ବ୍ଲାକ ଫଙ୍ଗସର ହଟସ୍ପଟ । ଏଠାରେ ଦୈନିକ ଅଧିକ କେସ୍ ବାହାରୁଥିବାରୁ ସରକାର ଗଠନ କରିଛନ୍ତି ଟାସ୍କ ଫୋର୍ସ । ଏହି ଟିମରେ ରହିଛି ରହିଛନ୍ତି ୧୧ ଜଣି ଡାକ୍ତର । ଯେଉଁମାନେ କି ବ୍ଲାକ ଫଙ୍ଗସର ସହ ଲଢିବାରେ ସହାୟକ ହେବେ ।

ଗୁଜୁରାଟରେ ଦେଶରେ ମ୍ୟାୁକୋର ମାଇକୋସିସ୍ ରୋଗ ସର୍ବାଧିକ । ଆଜି ପର୍ଯ୍ୟନ୍ତ ଗୁଜୁରାଟରେ ମୋଟ ୪୦୦୦ ମ୍ୟୁକୋର ମାମଲା ପଞ୍ଜିକୃତ ହୋଇଛି । ଏହି ତାଲିକାରେ ଅହମ୍ମଦାବାଦ, ଭଦୋଦରା, ସୁରଟ, ରାଜକୋଟ, ଭବନଗର ଏବଂ ଜାମନଗର ଅନ୍ତର୍ଭୁକ୍ତ । ଏହି କାରଣରୁ ସରକାର ରୋଗକୁ ନିଯନ୍ତ୍ରଣକୁ ଆଣିବାକୁ ପ୍ରେଚଷ୍ଟା କରିଛନ୍ତି । ସହରର ବିଭିନ୍ନ ଡାକ୍ତରଖାନାଗୁଡ଼ିକରେ ମ୍ୟୁକୋର ମାଇକୋସିସ୍ ରୋଗୀଙ୍କ ପାଇଁ ଏକ ପୃଥକ ୱାର୍ଡ ଆରମ୍ଭ କରାଯାଇଛି । ଗଠନ ହୋଇଥିବା ସ୍ପେଶାଲ ଟାସ୍କଫୋର୍ସ ରେ ରହିଛନ୍ତି ସରକାରୀ ଓ ବେସରକାରୀ ଡାକ୍ତର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.