LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଦିପାବଳୀରେ ଆତସବାଜୀ ନିଷିଦ୍ଧ କରିଛନ୍ତି ଗୁଜରାଟ ସରକାର, ହେଲେ ଲୋକଙ୍କୁ ୨ ଘଣ୍ଟା ଲାଗି ମିଳିବ ଛାଡ

7/11/2020 at 10:11 PM

ଗାନ୍ଧିନଗର ୭।୧୧: କରୋନା ଭାଇରସ ମହାମାରୀ ଲାଗି ଚଳିତବର୍ଷ ଅନ୍ୟ ପର୍ବପର୍ବାଣୀ ଭଳି ଦିପାବଳୀ ମଧ୍ୟ ପାଣି ହେବାକୁ ଯାଉଛି। ବାୟୁ ପ୍ରଦୂଷଣ ଆଶଙ୍କାରେ ବିଭିନ୍ନ ରାଜ୍ୟ ସରକାର ଦିପାବଳୀରେ ଆତସବାଜୀ ନିଷିଦ୍ଧ କରିଛନ୍ତି। ଗୁଜରାଟରେ ମଧ୍ୟ ଆତସବାଜୀ ଉପରେ ରାଜ୍ୟ ସରକାର କଡ଼ା କଟକଣା ଜାରି କରିଛନ୍ତି। ହେଲେ ଲୋକଙ୍କୁ ରାତି ୮ରୁ ୧୦ ମଧ୍ୟରେ ଫୋଟକା ଫୁଟାଇବାକୁ ଛାଡ କରିଛନ୍ତି। ତେବେ ସାର୍ବଜନିକ ସ୍ଥଳରେ କୌଣସି ପ୍ରକାର ଆତସବାଜୀ ଉପରେ ସରକାରୀ କଟକଣା ବଳବତ୍ତର ରହିବ ବୋଲି କହିଛନ୍ତି।

ରାଜ୍ୟ ସରକାର ନ୍ୟାସନାଲ ଗ୍ରିନ ଟ୍ରିବ୍ୟୁନାଲ (ଏନଜିଟି) ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ୨୦୧୮ ଆଦେଶ ଅନୁସାରେ ଆତସବାଜୀ କଟକଣା ଜାରି କରିଛନ୍ତି। ଯେଉଁଥିରେ ସାର୍ବଜନିକ ସ୍ଥଳମାନଙ୍କରେ କୌଣସି ପ୍ରକାର ଆତସବାଜୀକୁ ପ୍ରଶୟ ଦିଆଯିବନି ବୋଲି ସ୍ପଷ୍ଟ କରିଦେଇଛନ୍ତି। ଏଥିରେ ସରକାର ରାତି ୮ଟାରୁ ୧୦ ମଧ୍ୟରେ ଆତସବାଜୀ ଲାଗି ଛାଡ କରିଥିଲେ ହେଁ ଏଥିଲାଗି ଗାଇଡଲାଇନ ନିର୍ଦ୍ଧାରଣ କରିବା ପାଇଁ ନଭେମ୍ବର ୯ ତାରିଖରେ ବୈଠକ ଡକିଛନ୍ତି।

ଏହି ଉଚ୍ଚସ୍ତରୀୟ ବୈଠକରେ ଦିପାବଳୀ ବାଣ ଫୁଟା କଟକଣା ନେଇ ବିସ୍ତୃତ ଆଲୋଚନା ପରେ ୨ଘଣ୍ଟା ଛାଡ ଦିଆଯାଇପାରିବ କି ନା ସେ ନେଇ ବିସ୍ତୃତ ଆଲୋଚନା ହେବ। ଯଦି ଛାଡ କରାଯାଏ ତେବେ ଲୋକେ କିପରି ଦିପାବଳୀ ପାଳନ କରିବେ ସେ ନେଇ ମଧ୍ୟ ଦିଶାନିର୍ଦ୍ଦେଶ ପ୍ରସ୍ତୁତ ହେବ। ସେହି ଅନୁସାରେ ଗୁଜରାଟରେ ଦିପାବଳୀ ଲାଗି ବାଣ ବିକ୍ରି ଓ ଆତସବାଜୀ ହେବ ବୋଲି କୁହାଯାଇଛି। ଏଥିରେ ସାମାନ୍ୟ ବ୍ୟତିକ୍ରମରେ କଡା କାର୍ଯ୍ୟାନୁଷ୍ଠାନର ମଧ୍ୟ ପ୍ରାବଧାନ ରହିବ।

   Related Posts