ପଙ୍ଗପାଳଙ୍କର ଆତଙ୍କରେ ଅସ୍ତବ୍ୟସ୍ତ ଗୁଜରାଟବାସୀ, ଚିନ୍ତାରେ ସରକାର

Published By : Prameya-News7 Bureau | December 27, 2019 IST

ଗୁଜୁରାଟ୨୭/୧୨: ପଙ୍ଗପାଳଙ୍କର ଆତଙ୍କରେ ଅସ୍ତବ୍ୟସ୍ତ ଗୁଜରାଟବାସୀ । ବିଶେଷ କରି ଚାଷୀକୁଳ ମୁଣ୍ଡରେ ହାତଦେଇ ବସିଛନ୍ତି । ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ ଯେମିତି ମାଡ଼ି ଆସୁଛନ୍ତି, ଏକର ଏକର ଫସଲ ଖାଇ ନଷ୍ଟ କରି ଦେଉଛନ୍ତି। ତାହା ରୁପାନୀ ସରକାରଙ୍କର ଚିନ୍ତା ବଢ଼ାଇ ଦେଇଛି । ବର୍ତ୍ତମାନ ସୁଦ୍ଧା ୭ଟି ଜିଲ୍ଲାରେ ଚାଷ ପୂରା ଉଜୁଡ଼ି ସାରିଲାଣି । ଏଭଳି କ୍ଷୟକ୍ଷତି ଗତ ୨୫ ବର୍ଷ ମଧ୍ୟରେ ଗୁଜରାଟରେ ଦେଖିବାକୁ ମିଳି ନଥିଲା।

{"id":203478,"sizeSlug":"large"}

ମାଡ଼ି ଆସୁଛନ୍ତି ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ । ପ୍ରାୟ ୧୦ ବର୍ଗ କିଲୋମିଟର ବ୍ୟାପୀ ଏହି ପଙ୍ଗପାଳ ମାଡି ମାଡ଼ି ଚାଲିଛନ୍ତି। ଏମାନେ ଜୁଆଡକୁ ଯାଉଛନ୍ତି ଏକର ଏକର ଫସଲ ଖାଇ ନଷ୍ଟ କରିଦେଉଛନ୍ତି । ପାକିସ୍ତାନ ସୀମାବର୍ତ୍ତୀ ଉତ୍ତର ଗୁଜରାଟର ତିନୋଟି ଜିଲ୍ଲା ବନସକଣ୍ଠ, ପାଟନ ଏବଂ କୁଛ୍‌ରେ ଆଉ ଜମିରେ ଫସଲ ନାହିଁ, ସବୁ ଖାଇ ସଫା କରିଦେଲେଣି ପଙ୍ଗପାଳ । ଏହାସହ ନିକଟବର୍ତ୍ତୀ ଅନ୍ୟ ୪ଟି ଜିଲ୍ଲାକୁ ମଧ୍ୟ ପଙ୍ଗପାଳ ମାଡ଼ି ଗଲେଣି ।

{"id":203479,"sizeSlug":"large"}

ଦିନ ବେଳା ଏମାନେ ଗୋଟିଏ ଅଞ୍ଚଳରୁ ଆଉ ଗୋଟିଏ ଅଞ୍ଚଳକୁ ମାଡ଼ି ଯାଉଥିବା ବେଳେ ରାତିରେ ଫସଲ ଖାଇ ଯାଉଛନ୍ତି। ବିଶେଷ କରି କସ୍ତୁରି, ଜିରା, ଜାଟ୍ରୋଫା, କପା, ବିଲାତି ବାଇଗଣ ସମେତ ବିଭିନ୍ନ ପନିପରିବା ଫସଲ ଖାଇ ନଷ୍ଟ କରିଦେଉଛନ୍ତି । ପଙ୍ଗପାଳ ଆତଙ୍କ ଗୁଜରାଟ ସରକାରଙ୍କ ନିଦ ହଜାଇ ଦେଇଛି । ଖୋଦ୍ ରାଜ୍ୟ କୃଷିମନ୍ତ୍ରୀ ଆର୍.ସି. ଫଲଦୁ(R.C. Faldu) ଥାଳି ବାଡ଼େଇ ପଙ୍ଗପାଳ ଘଉଡ଼ାଉଛନ୍ତି । ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ କୀଟନାଶକ ସିଞ୍ଚନ କରାଯାଉଛି । ତେବେ ପଙ୍ଗପାଳଙ୍କ ସଂଖ୍ୟା ଏତେ ଅଧିକ ଯେ, କୀଟନାଶକର କୌଣସି ପ୍ରଭାବ ପଡୁନି ।

{"id":203480,"sizeSlug":"large"}

ଏହି ପଙ୍ଗପାଳ ସବୁ ପାକିସ୍ତାନର ସିନ୍ଧ ପ୍ରଦେଶରୁ ଆସିଥିବା ଅନୁମାନ କରାଯାଉଛି । କାରଣ ଗତ ଫେବ୍ରୁଆରି ମାସଠାରୁ ସୁଦାନ, ସାଉଦି ଆରବ, ଇରାନ ଦେଇ ପଙ୍ଗପାଳ ପାକିସ୍ତାନର ସିନ୍ଧ୍ ପ୍ରଦେଶରେ ପ୍ରବେଶ କରିଥିଲେ । ସିନ୍ଧରୁ ଏମାନେ ରାଜସ୍ଥାନ ଏବଂ ଗୁଜରାଟ ସୀମାରେ ପ୍ରବେଶ କରିଛନ୍ତି।

{"id":203481,"sizeSlug":"large"}

ବର୍ତ୍ତମାନ ସୁଦ୍ଧା ଏମାନେ ଯେତିକି ପରିମାଣର ଫସଲ ନଷ୍ଟ କଲେଣି ଗତ ୨୫ ବର୍ଷ ମଧ୍ୟରେ ଗୁଜରାଟରେ ଏତେ ଫସଲ ନଷ୍ଟ ହୋଇନଥିଲା । ୧୨ଟି ଜିଲ୍ଲାରେ କ୍ଷୟକ୍ଷତିର ଆକଳନ ପାଇଁ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.