ଗୁଜରାଟରେ ବିଜେପି ଭାଙ୍ଗିବ ସବୁ ରେକର୍ଡ ! ଏକ୍‌ଜିଟ୍ ପୋଲରେ କଂଗ୍ରେସ ସଫା, ଆପକୁ ଏତିକି ଆସନ

Published By : Prameya-News7 Bureau | December 05, 2022 IST

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ସୋମବାର ଭୋଟିଂ ଶେଷ ହୋଇଛି । ହିମାଚଳ ପ୍ରଦେଶରେ ନଭେମ୍ୱର ୧୨ରେ ମତଦାନ ହୋଇଥିଲା । ଡିସେମ୍ୱର ୮ରେ ଦୁଇ ରାଜ୍ୟର ପରିଣାମ ଘୋଷଣା ହେବା । ଅନ୍ୟପଟେ, ଦିଲ୍ଲୀ ନଗର ନିଗମ ପରିଣାମ ଡିସେମ୍ୱର ସାତରେ ଘୋଷଣା ହେବ । ନିର୍ବାଚନ ପରିଣାମ ଘୋଷଣା ହେବା ପୂର୍ବରୁ ସୋମବାର ସଂଧ୍ୟାରେ ବୁଥ ବାହୁଡା ମତ ସାମନାକୁ ଆସିବାରେ ଲାଗିଛି । ବିଭିନ୍ନ ସର୍ଭେ ଏଜେନ୍ସି ଏକ୍‌ଜିଟ୍ ପୋଲ ମାଧ୍ୟମରେ ରେଜଲ୍ଟର ଅନୁମାନ ଲଗାଇଥାନ୍ତି । ଗୁଜରାଟରେ ଡିସେମ୍ୱର ୧ରେ ପ୍ରଥମ ପର୍ଯ୍ୟାୟରେ ୮୯ ଆସନ ପାଇଁ ଭୋଟିଂ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ୯୩ ଆସନରେ ମତଦାନ ହୋଇଛି । ରାଜ୍ୟରେ ଗତ ୨୭ ବର୍ଷ ଧରି ବିଜେପି ସରକାର ରହିଛି । ଅନ୍ୟପଟେ ହିମାଚଳ ପ୍ରଦେଶରେ ନଭେମ୍ୱର ୧୨ରେ ସମସ୍ତ ୬୮ ଆସନ ଉପରେ ଭୋଟିଂ ହୋଇଥିଲା । ହିମାଚଳରେ ଗତ ୫ ବର୍ଷ ଧରି ବିଜେପି ସରକାର ରହିଛି । ଉଭୟ ରାଜ୍ୟରେ ବିଜେପି, କଂଗ୍ରେସ ଏବଂ ଆପ୍ ମଧ୍ୟରେ ମୁକାବିଲା ହେଉଛି ।   

{"id":717661,"width":873,"height":696,"sizeSlug":"full","linkDestination":"none"}

ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ପ୍ରଥମ ଏକ୍‌ଜିଟ୍ ପୋଲ ସାମନାକୁ ଆସିଛି । ପ୍ରଥମ ଏକ୍‌ଜିଟ୍ ପୋଲ ଦିଲ୍ଲୀ ୟୁନଭିର୍ସିଟରୁ ଆସିଛି । ଏଥିରେ ଗୁଜରାଟରେ ବିଜେପିକୁ ବଡ଼ ବିଜୟ ନେଇ ଅନୁମାନ କରାଯାଉଛି । ସର୍ଭେ ଅନୁସାରେ ରାଜ୍ୟର ୧୮୨ ଆସନ ମଧ୍ୟରୁ ୧୬୭ରେ ବିଜେପି ବିଜୟୀ ହୋଇପାରେ । କେବଳ ଏତିକି ନୁହେଁ ଭୋଟ ପ୍ରତିଶତ ମଧ୍ୟ ରେକର୍ଡ ଭାଙ୍ଗି ୫୪.୫ ପ୍ରତିଶତ ପାଇପାରେ । ଅନ୍ୟପଟେ କଂଗ୍ରେସ ବିରୋଧୀ ଦଳ ମାନ୍ୟତା ହରାଇ ପାରେ ଏବଂ ଦଳକୁ ମାତ୍ର ୧୫ ପ୍ରତିଶତ ଭୋଟ ସହ ୪ ଆସନ ମିଳିପାରେ । ରାଜ୍ୟରେ ବଡ଼ ପ୍ରଚାର କରିଥିବା ଆପକୁ ୧୧ ଆସନ ମିଳିପାରେ ବୋଲି ଅନୁମାନ କରାଯାଉଛି । ସର୍ଭେ ଅନୁସାରେ ଆମ ଆଦମୀ ପାର୍ଟିକୁ ୧୫.୮ ପ୍ରତିଶତ ଭୋଟ ମିଳିପାରେ । ଅନ୍ୟପଟେ ସ୍ୱାଧୀନ ପ୍ରାର୍ଥୀଙ୍କୁ ଗୋଟିଏ ବି ଆସନ ନ ମିଳିବା ନେଇ ଅନୁମାନ କରାଯାଉଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.