ଅହମଦାବାଦ ଜାମା ମସ୍ଜିଦ୍ର ଶାହୀ ଇମାମଙ୍କ ବିବାଦୀୟ ବୟାନ: ମହିଳାଙ୍କୁ ଟିକେଟ୍ ଦେବା ଇସ୍ଲାମ୍ର ବିରୋଧରେ
4/12/2022 at 6:22 PM

ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ତାତି ଦେଖିବାକୁ ମିଳିଥିବା ବେଳେ ଧାର୍ମିକ ବିବାଦ ବି ଦେଖିବାକୁ ମିଳିଛି। ମହିଳାଙ୍କୁ ଟିକେଟ୍ ଦେବାକୁ ବିରୋଧ କରିଛନ୍ତି ଗୁଜୁରାଟ ଅହମଦାବାଦ ଜାମା ମସ୍ଜିଦ୍ର ଶାହୀ ଇମାମ ଶବ୍ବୀର ଅହମଦ ସିଦ୍ଦିକୀ। ନିର୍ବାଚନ ଲଢ଼ିବା ପାଇଁ ମହିଳାଙ୍କୁ ଟିକେଟ୍ ଦେବା ଇସ୍ଲାମ୍ର ବିରୋଧ ବୋଲି ସେ କହିଛନ୍ତି।
ଖବର ସରବରାହ ସଂସ୍ଥା ଏଏନ୍ଆଇକୁ ପ୍ରତିକ୍ରିୟା ଦେଇ ଶବ୍ବୀର ଅହମଦ କହିଛନ୍ତି “ଇସ୍ଲାମରେ ମହିଳାଙ୍କ ପାଇଁ ଏକ ସୀମା ରହିଛି। ତେଣୁ ଯିଏ ମହିଳାଙ୍କୁ ଟିକେଟ୍ ଦେଉଛନ୍ତି ସେମାନେ ଇସ୍ଲାମ ବିରୋଧରେ ଯାଉଛନ୍ତି। କଣ ପୁରୁଷ ନାହାନ୍ତି ଯେ ଆପଣ ମହିଳାଙ୍କୁ ଦେଉଛନ୍ତି। ଏଥିରେ ଆମ ଧର୍ମ ଦୁର୍ବଳ ହେବ। ଯଦି ମହିଳାଙ୍କୁ ବିଧାୟକ, କାଉନସେଲର ଆଦି ବନାଇବେ ତେବେ ଆମେ ହିଜାବର ସୁରକ୍ଷା କରିପାରିବୁ ନାହିଁ। ଇସ୍ଲାମରେ ମହିଳାଙ୍କ ସ୍ୱର ବି ମହିଳା ହୋଇଥାଏ। ତେଣୁ ମହିଳାଙ୍କୁ ଟିକେଟ୍ ଦେବା ସପକ୍ଷରେ ମୁଁ ନାହିଁ।”
#WATCH | Those who give election tickets to Muslim women are against Islam, weakening the religion. Are there no men left?: Shabbir Ahmed Siddiqui, Shahi Imam of Jama Masjid in Ahmedabad#Gujarat pic.twitter.com/5RpYLG7gqW
— ANI (@ANI) December 4, 2022
କେବଳ ସେତେକି ନୁହେଁ ନିକଟରେ ଦିଲ୍ଲୀର ଜାମା ମସ୍ଜିଦ୍ରେ ମହିଳାଙ୍କୁ ପ୍ରବେଶ ନେଇ ଲାଗିଥିବା କଟକଣାକୁ ବି ସମର୍ଥନ କରିଥିଲେ ଇମାମ। ଇସ୍ଲାମରେ ମହିଳାଙ୍କ ପାଇଁ କଟକଣା ରହିଛି ବୋଲି ତାଙ୍କୁ ପ୍ରବେଶ ବାରଣ କରାଗଲା ବୋଲି ଇମାମ କହିଛନ୍ତି। ଏଥିସହିତ ହିଜାବ ସୁରକ୍ଷା କଥା କହି କର୍ଣ୍ଣାଟକର ହୋଇଥିବା ହିଜାବ ବିରୋଧୀ ଆନ୍ଦୋଳନ କଥା ବି ଉଠାଇଥିଲେ ଇମାମ ଶବ୍ବିର ଅହମଦ।
ତେବେ ଏହି ଅଭିଯୋଗ ଆମେ ସରକାରଙ୍କ ପାଖରେ କରିପାରିବୁ ନାହିଁ। କାରଣ ସେମାନେ ମହିଳାଙ୍କ ସମର୍ଥନରେ ଯୁକ୍ତି କରିବେ। ଏମାନଙ୍କର ଉଦ୍ଦେଶ୍ୟ ହେଲା ଘରେ ମହିଳାଙ୍କର ଅଧିକ ପ୍ରଭାବ ରହିଛି। ତେଣୁ ଯଦି ସେମାନଙ୍କୁ କବ୍ଜାରେ ନିଆଯିବ ତେବେ ପୂରା ପରିବାର ଆମକୁ ଭୋଟ ଦେବେ ବୋଲି ଏମାନେ ଚିନ୍ତା କରି ମହିଳାଙ୍କୁ ଭୋଟ୍ ଦେଉଛନ୍ତି ବୋଲି ସାହି ଇମାମ କହିଛନ୍ତି।