ପ୍ରଧାନମନ୍ତ୍ରୀଙ୍କ ରାଲି ବେଳେ ନୋ ଫ୍ଲାଇଂ ଜୋନ୍‌ରେ ଉଡ଼ିଲା ଡ୍ରୋନ୍: ଥିଲା କି ବିସ୍ଫୋରକ ? ୩ ଗିରଫ

Published By : Prameya-News7 Bureau | November 24, 2022 IST

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ନୋ ଫ୍ଲାଇଂ ଜୋନ୍‌ରେ ଉଡ଼ିଲା ଡ୍ରୋନ୍। ଭିଡିଓ ଉତ୍ତୋଳନକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମଦାବାଦରେ ପ୍ରଚାର ରାଲି କରୁଥିବା ବେଳେ ନୋ ଫ୍ଲାଇଂ ଜୋନ୍‌ରେ ଭିଡ଼ିଓ ଉତ୍ତୋଳନକାରୀ ଡ୍ରୋନ୍ ଉଡ଼ାଇବା ଖବର ସାମ୍ନାକୁ ଆସିଛି।

ଏହି ଘଟଣାରେ ପୁଲିସ ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରିବା  ସହିତ ୩ ଜଣଙ୍କୁ ଗିରଫ ବି କରିଛି। ତେବେ ଉଡ଼ୁଥିବା ଡ୍ରୋନ୍‌କୁ ଖସାଇ ଦିଆଯାଇ ନଥିଲା  ବରଂ ତଳକୁ ଅଣାଯାଇଥିଲା ବୋଲି ପୁଲିସ କହିଛି।  

ବଡ଼ କଥା ହେଲା ରାଲିରେ ନୋ ଫ୍ଲାଇଂ ଜୋନ୍‌ରେ ଡ୍ରୋନ୍ ଉଡ଼ୁଥିଲା।  ଯାହାର ଅନୁମତି ଦିଆଯାଇ ନଥିଲା। କିଛି ଲୋକ ଡ୍ରୋନ୍ ଉଡ଼ାଉଥିବା ଦେଖି ପୁଲିସ ଡ୍ରୋନ୍‌କୁ ତଳକୁ ଓହ୍ଲାଇବାକୁ କହିଥିଲା। ଏହାପରେ ସେମାନେ ମଧ୍ୟ ଡ୍ରୋନ୍ ତଳକୁ ଓହ୍ଲାଇ ଦେଇଥିଲେ। ଫଟୋଗ୍ରାଫି ପାଇଁ ଡ୍ରୋନ୍ ଉଡ଼ାଯାଉଥିଲା। ଏଥିରେ ବିସ୍ଫୋଟକ ସାମଗ୍ରୀ ନଥିଲା।

ଏଥିରେ ସମସ୍ତ ଅଭିଯୁକ୍ତ ଗରିଫ ହୋଇଛନ୍ତି। ପୂର୍ବରୁ ଏମାନଙ୍କର କୌଣସି ଅପରାଧିକ ରେକର୍ଡ ନାହିଁ କି ଏମାନେ କୌଣସି ରାଜନୈତିକ ଦଳର ନୁହଁନ୍ତି। କେବଳ ଫଟୋଗ୍ରାଫି ପାଇଁ ଏମାନେ ଡ୍ରୋନ୍ ଉଡ଼ାଥିଲେ ବୋଲି ପୁଲିସ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.