ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

Gujarat Election: ଯୋଗୀ ଆଦିତ୍ୟନାଥଙ୍କ ରାଲିରେ ସିଟ୍ ଖାଲି ! ଭିଡିଓ ସେୟାର କରି ପିଏମ ମୋଦୀ ଏବଂ ଶାହଙ୍କୁ କଟାକ୍ଷ କଲା ଆପ୍

24/11/2022 at 8:08 PM

ଅହମ୍ମଦାବାଦ:  ଗୁଜରାଟ ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଗାତାର ପ୍ରଚାର କରୁଛନ୍ତି। ଗୁଜରାଟରେ ଜନତାଙ୍କୁ ସମ୍ବୋଧିତ କରି ମୋଦୀ ସରକାରଙ୍କ ଅନେକ ଯୋଜନାର ଗୁଣଗାନ କରିବାରେ ଲାଗିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ। ଏହା ମଧ୍ୟରେ ତାଙ୍କ ରାଲିର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏବେ ଆମ୍ ଆଦମୀ ପାର୍ଟି ଉକ୍ତ ଭିଡିଓକୁ ସେୟାର କରି ବିଜେପିକୁ କଟାକ୍ଷ କରିଛନ୍ତି।

ଆପ୍ ନେତା ସଞ୍ଜୟ ସିଂହଙ୍କ ଦ୍ଵାରା ସେୟାର କରାଯାଇଥିବା ଭିଡିଓରେ ଆଦିତ୍ୟନାଥ ସମ୍ବୋଧିତ କରୁଥିବା ବେଳେ ସଭାର ପଛ ପାର୍ଶ୍ଵରେ ସିଟ୍ ଗୁଡିକ ଖାଲି ପଡିଥିବା ଦେଖିବାକୁ ମିଳିଛି। ଏହା ଉପରେ ତାର୍ତ୍ସଲ୍ୟ କରି ସଞ୍ଜୟ ସିଂହ କହିଛନ୍ତି, ମୋଦୀ ଜୀ ଅମିତ୍ ଶାହ ଜୀ ଏବେ ଯୋଗୀ ଭାଇଙ୍କ ସଭାରେ ଜନତାଙ୍କୁ ଦେଖାଇ ଦିଅନ୍ତୁ। ଏବେ ତ ହାଓ୍ଵାରେ ନିର୍ବାଚନ ଲଢିବେ ବିଜେପି ବାଲା ?

ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେହି କହୁଛନ୍ତି ଖାଲି ଆସନରେ ଭାଷଣ ଦେଇ ଚାଲିଗଲେ ଯୋଗୀ। ଆଉ କେହି କହୁଛନ୍ତି, ଏଥିରେ ଖୁସି ହେବାର କାରଣ ନାହିଁ, ସେମିତିରେ ୟୁପି ରାଲିରେ ସିଟ୍ ଖାଲି ଥାଇ ବି ବିଜେପି ନିର୍ବାଚନ ଜିତିଥିଲା। ତେଣୁ ଗୁଜରାଟରେ ବି ବିଜେପି ନିର୍ବାଚନ ଜିତିଯିବ। ଆଉ କେହି କହୁଛନ୍ତି ଫେକ୍ ଭିଡିଓ ସେୟାର କରି କେହି ନିର୍ବାଚନ ଜିତି ପାରିବେ ନାହିଁ।

ସୂଚନାଯୋଗ୍ୟ, ବିଜେପି ନିଜର ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଗୁଜରାଟ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଛି। ରାଲି ସମୟରେ ବିଜେପି ନେତା ପ୍ରତିପକ୍ଷ ପାର୍ଟି ଉପରେ ଖୁବ୍ ବର୍ଷୁଛନ୍ତି। ଆରୋପ ପ୍ରତ୍ୟାରୋପର ପର୍ବ ଜାରି ରହିଛି। ଗୁଜରାଟରେ ଡିସେମ୍ବର ୧ ଏବଂ ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି। ଭୋଟ୍ ଗଣତି ଡିସେମ୍ବର ୮ରେ କରାଯିବ।

   Related Posts