୭ ଛକ୍କା, ୮୬ ଚୌକା ସହ ୪୯୮ ରନ୍:ଏହି ଗୁଜରାଟୀ ଖେଳାଳିଙ୍କ ବ୍ୟାଟ୍‌ରୁ ରନ୍ ବର୍ଷା

Published By : Prameya-News7 Bureau | September 26, 2024 IST

ଅହମ୍ମଦାବାଦ ୨୬/୦୯: ଗୁଜରାଟ କ୍ରିକେଟ୍‌ ଆସୋସିଏସନ୍‌  ଅଧିନସ୍ଥ ଏକ ୧୯ବର୍ଷରୁ କମ୍‌ କ୍ରିକେଟ୍‌  ଟୁର୍ଣ୍ଣାମେଣ୍ଟରେ ଅହମ୍ମଦାବାଦର ଦ୍ରୋଣ  ଦେଶାଇ ୪୯୮ ରନ୍‌ର ଇନିଂସ  ଖେଳି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ଅହମ୍ମଦାବାଦ କ୍ରିକେଟ୍‌ ଆସୋସିଏସନ୍‌  ଆନୁକୂଲ୍ୟରେ ଆୟୋଜିତ ୧୯ ବର୍ଷରୁ କମ୍‌ ଦିୱାନ ବଲ୍ଲୁଭାଇ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ସେଣ୍ଟ ଜାଭିୟର୍ସ ପକ୍ଷରୁ ଖେଳୁଥିବା ଦ୍ରୋଣା ଜେଏଳ ଇଂଲିଶ ସ୍କୁଲ ବିପକ୍ଷରେ ଏହି ରେକର୍ଡ  ଇନିଂସ ଖେଳିଛନ୍ତି । 

ଏହି ଇନିଂସରେ ଦ୍ରୋଣ ୩୨୦ଟି ବଲ୍‌ର ସାମ୍ନା କରି  ୭ଟି ଛକା ଓ ୮୬ଟି ଚୌକା ମାରିଥିଲେ । ତାଙ୍କ ଇନିଂସ ବଳରେ ସେଣ୍ଟ  ଜାଭିୟର୍ସ ଇନିଂସ ଓ ୭୧୨ ରନ୍‌ରେ ଜେଏଲ ଇଂଲିଶ ସ୍କୁଲ୍‌କୁ ହରାଇଥିଲା । ଭାରତୀୟ କ୍ରିକେଟ୍‌ରେ ଏହା ଷଷ୍ଠ ବୃହତ୍ତମ ଇନିଂସ । ସର୍ବ ବୃହତ୍‌ ଇନିଂସ ରେକର୍ଡ ମୁମ୍ବାଇର ପ୍ରଣବ ଧନୱାଡେଙ୍କ ନାମରେ ରହିଛି ।  ସେ ଅପରାଜିତ ୧୦୦୯ ରନ୍‌ର ଇନିଂସ ଖେଳିଥିଲେ । 

ଏହା ବ୍ୟତୀତ ପୃଥ୍ୱୀ ଶ ୫୪୬, ଡିଆର ହାଭେୱାଲା ୫୧୫, ଚମନଲାଲ ଅପରାଜିତ  ୫୦୬ ଓ ଅରମାନ ଜାଫର ୪୯୮ ରନ୍‌ର ଇନିଂସ ଖେଳି ପ୍ରଥମ ୫ଟି  ସ୍ଥାନରେ ରହିଛନ୍ତି । ଦ୍ରୋଣ ପୂର୍ବରୁ ଗୁଜରାଟ ୧୪ବର୍ଷରୁ କମ୍‌ କ୍ରିକେଟ୍‌  ଦଳର ସଦସ୍ୟ ରହିସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.