ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇ ଫସିଲେ ଗୁଜୁରାଟ୍ ଆପ୍ ମୁଖ୍ୟ ଗୋପାଳ ଇଟାଲିଆ। ଦିଲ୍ଲୀ ପୁଲିସ ତାଙ୍କୁ ଅଟକ ରଖି ସରିତା ବିହାର ଥାନାକୁ ନେଇଛି।
ଏକ ଭିଡିଓରେ ଆପ୍ ନେତା ଗୋପାଳ ଇଟାଲିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଥିଲା। ଏହାପରେ ଭିଡିଓକୁ ନେଇ ଗୋପାଳଙ୍କୁ ସମନ କରିଥିଲା ଜାତୀୟ ମହିଳା କମିଶନ।
wp:html/wp:html. @NCWIndia चीफ़ मुझे जेल में डालने की धमकी दे रही है। मोदी सरकार पटेल समाज को जेल के सिवा दे ही क्या सकती है। बीजेपी पाटीदार समाज से नफ़रत करती है। मैं सरदार पटेल का वंशज हूँ। तुम्हारी जेलों से नहीं डरता। डाल दो मुझे जेल में। इन्होंने पुलिस को भी बुला लिया है। मुजे धमका रहे है।
— Gopal Italia (@Gopal_Italia) October 13, 2022
ଘଟଣା ସମ୍ପର୍କରେ ସୂଚନା ଦେଇ ଗୋପାଳ ଇଟାଲିଆ କହିଛନ୍ତି “ ଜାତୀୟ ମହିଳା କମିଶନ ମୁଖ୍ୟ ମୋତେ ଜେଲ୍ରେ ଭର୍ତ୍ତି କରିଦେବେ ବୋଲି ଧମକ ଦେଉଛନ୍ତି। ମୋଦୀ ସରକାର ପଟେଲ ସମ୍ପ୍ରଦାୟକୁ କେବଳ ଜେଲ୍ ଛଡ଼ା ଆଉ କଣ ଦେଇଛନ୍ତି? ବିଜେପି ପଟିଦାର ସୋସାଇଟିକୁ ଘୃଣା କରେ। ମୁଁ ସର୍ଦ୍ଦାର ପଟେଲ୍ଙ୍କର ବଂଶଜ। ତୁମ କାରାଗାରକୁ ମୋର ଡର ନାହିଁ। ମୋତେ ଜେଲ୍ରେ ରଖ। ”
ଗୋପାଳଙ୍କୁ ଅଟକ ରଖିବା ପୂର୍ବରୁ ତାଙ୍କୁ ସମନ କରିଥିଲା ମହିଳା କମିଶନ। ସମନ ପରେ ମହିଳା କମିଶନ ଅଫିସ୍ ଆଗରେ ଭିଡ଼ ଲଗାଇଥିଲେ ଆପ୍ କର୍ମକର୍ତ୍ତା। ଯାହାର ଭିଡିଓ ଟ୍ୱିଟ୍ କରିଥିଲେ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା।
ମାମଲା କଣ?
ଦିଲ୍ଲୀ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଗୋପାଳ ଇଟାଲିଆଙ୍କର ଏକ ପୁରୁଣା ଭିଡିଓ ଟ୍ୱିଟ୍ କରିଥିଲେ। ଯେଉଁଥିରେ ଗୋପାଳ ମୋଦୀଙ୍କୁ ‘ ଅତି ନିମ୍ନ(ନୀଚ୍ ଆଦ୍ମୀ) ମଣିଷ ବୋଲି କହିଥିଲେ। ଭିଡିଓ ୨୦୧୯ର ହୋଇଥିବା ବେଳେ ବର୍ତ୍ତମାନ ଏହାକୁ ଭାଇରାଲ୍ କରି ଗୋପାଳଙ୍କୁ ଅଟକ ରଖାଯାଇଛି।
ଘଟଣାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ପ୍ରତିକ୍ରିୟା ରଖିଛନ୍ତି। ପୂରା ବିଜେପି ଗୋପାଳ ଇଟିଲାଆଙ୍କ ବିରୋଧରେ କାହିଁକି ପଡ଼ିଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଭିଡିଓକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛି ଆପ୍। ଗୋପାଳ ଏକ ଗରିବ ଓ ପଟ୍ଟିଦାର ସମ୍ପ୍ରଦାୟରୁ ଆସିଥିବାରୁ ବିଜେପି ଟାର୍ଗେଟ୍ରେ ଶିକାର ହେଉଛନ୍ତି ବୋଲି ଆପ୍ କହିଛି।