ଡିସେମ୍ବର ପାଇଁ କୋଭିଡ୍ ଗାଇଡ୍ଲାଇନ୍ସ ଜାରି: ପହିଲାରୁ ଖୋଲିବ ମେଡିକାଲ କଲେଜ, ୩୧ ଯାଏଁ ସିନେମା ହଲ ମନା
30/11/2020 at 8:05 PM

ଭୁବନେଶ୍ବର୩୦/୧୧: ଓଡିଶା ପାଇଁ ଡିସେମ୍ବର ମାସର ଗାଇଡ୍ଲାଇନ। ମନ୍ଦିର ଖୋଲିବା ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ। ବିବାହ ଉତ୍ସବରେ ସର୍ବାଧିକ ୨୦୦ ଲୋକ ସାମିଲ ହୋଇପାରିବେ। ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ନିଷ୍ପତ୍ତି ନେବେ। ତେବେ କଣ୍ଟେନମେଣ୍ଟ ଜୋନରେ କେବଳ ଜରୁରୀ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ। ଜରୁରୀକାଳୀନ ଚିକିତ୍ସା ସୁବିଧା, ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ଯୋଗାଣକୁ ବଜାୟ ରଖିବାକୁ ଏହି ଜୋନ୍ ଗୁଡିକରେ କିମ୍ବା ବାହାରେ ଲୋକମାନଙ୍କର ଚଳାଚଳକୁ ଅନୁମତି ମିଳିବ। ଅନ୍ୟ ସବୁ କ୍ଷେତ୍ରରେ କଡାକଡି ନିୟମ ପାଳନ କରାଯିବ।

ଏହି ଜୋନରେ ସର୍ଭିଲାନ୍ସ ଟିମ୍ ଘର ଘର ବୁଲି ଲୋକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବେ। ନିର୍ଦ୍ଦିଷ୍ଟ ନିୟମ ଅନୁଯାୟୀ ସମସ୍ତଙ୍କର କୋଭିଡ୍ ପରୀକ୍ଷା ମଧ୍ୟ କରାଯିବ। ଅନ୍ତିମ ଶବ ସଂସ୍କାରରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ। ଖୋଲିବନି ଅଙ୍ଗବାଡି କେନ୍ଦ୍ର ଏବଂ ବନ୍ଦ ରହିବ ସିନେମା ହଲ। ବିବାହରେ ଶୋଭାଯାତ୍ରା ପାଇଁ ଅନୁମିତି ମିଳିବ ନାହିଁ। ତୋଷାଳି ଏବଂ ସିସିର ସରସ ମେଳାକୁ ମିଳିବନି ଅନୁମତି। ରାଜ୍ୟର ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଡିସେମ୍ବର ୧ରୁ ୩୧ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ବଳବତ୍ତର ରହିବ।