Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା କାଳ ଡ୍ୟାମ୍ ଗେଟ୍
  • ||
  • ପାଣି ଘେରରେ ଚାନ୍ଦବାଲି ବ୍ଲକର ୨୦ ଗାଁ, ଦୁର୍ବଳ ନଦୀବନ୍ଧ ପାଇଁ ଚିନ୍ତାରେ ଲୋକେ
  • ||
  • ଦେଶରେ ଉପର ତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୪୦୯୨ କରୋନା ପଜିଟିଭ୍
  • ||
  • ଆଉ ନାହାନ୍ତି ବିଶିଷ୍ଠ ଶିଳ୍ପପତି ତଥା ଭାରତର ୱାରେନ୍ ବଫେଟ୍‌ ରାକେଶ ଝୁନଝୁନୱାଲା: ୬୨ ବର୍ଷ ବୟସରେ ମୁମ୍ବାଇରେ ପରଲୋକ
  • ||
  • ମହାନଦୀ ଫୁଲୁଛି : ବୌଦ୍ଧରେ ବନ୍ୟା ସ୍ଥିତି, ହରଭଙ୍ଗା ବ୍ଲକ୍‌ର ୫୫ ଗାଁ ପ୍ରଭାବିତ
  • ||
  • କୁଲଗାମରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ, ଜଣେ ପୋଲିସ କର୍ମୀ ସହିଦ
  • ||
  • ଏସିଆ କପ୍ ପାଇଁ କୋହଲି ପ୍ରସ୍ତୁତ : ଇନଡୋର୍ ଷ୍ଟାଡିୟମରେ କଲେ ଜୋରଦାର ଅଭ୍ୟାସ
  • ||

ଭାଙ୍ଗିଲା ଗୁଣ୍ଡିଚା ମନ୍ଦିର ରୋଷ ଘର ଚୁଲି, କୋଠଭୋଗ ଛାଡି ସବୁ ଚୁଲି ଭାଙ୍ଗିଦେଲେ ଦୁର୍ବୃତ୍ତ

2/07/2022 at 1:36 PM

ପୁରୀ ୦୨/୦୭: ରଥାଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିରରେ ଅଘଟଣ । ଗୁଣ୍ଡିଚା ମନ୍ଦିରରେ ଥିବା ରୋଷ ଘର ଚୁଲିକୁ ଭାଙ୍ଗିଦେଇଛନ୍ତି ଦୁର୍ବୃତ୍ତ । ୨୦ରୁ ଅଧିକ ଚୁଲି ଭାଙ୍ଗିଦେଇଛନ୍ତି ଦୁର୍ବୃତ୍ତ । ତେବେ କୋଠଭୋଗ ଚୁଲିକୁ ଛାଡି ସବୁ ଚୁଲି ଭାଙ୍ଗିଦିଆଯାଇଛି । ଆଡପ ଅବଢା ପାଇଁ ୩ ଦିନ ତଳେ ତିଆରି ହୋଇଥିଲା ଚୁଲି । ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି । ବର୍ତ୍ତମାନ ଚୁଲିଗୁଡିକର ମରାମତି ଚାଲିଥିବା ସୂଚନା ରହିଛି ।

ସୂଚନା ଥାଉକି, ଗତ କିଛି ମାସ ତଳେ ପୁରୀ ରୋଷଘର ଚୁଲିକୁ ଭାଙ୍ଗିଦେଇଥିଲା ଦୁର୍ବୃତ୍ତ । ପରେ ତଦନ୍ତ ପରେ ଦୁର୍ବୃତ୍ତଙ୍କୁ ଗିରଫ କରାଯାଇଥିଲା । ହେଲେ ଏବେ ପୁଣିଥରେ ଗୁଣ୍ଡି ମନ୍ଦିର ଚୁଲି ଭଙ୍ଗାଯିବା ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ତେବେ କିଏ କାହିଁକି ଏପରି କଲା ସେନେଇ କିଛି ସ୍ପଷ୍ଟ ହୋଇନି । ତଦନ୍ତ ପରେ ସବୁକିଛି ଘଟଣା ସ୍ପଷ୍ଟ ହୋଇଯିବ ।

   Related Posts