ଶିକ୍ଷାଦାନରେ ଅବହେଳା ପ୍ରତିବାଦ, ପ୍ରଧାନ ଶିକ୍ଷକଙ୍କୁ ଗେଟରେ ତାଲା ପକାଇଲେ ଅଭିଭାବକ
18/11/2023 at 12:36 PM

ସୋରୋ ୧୮/୧୧: ଶିକ୍ଷା ଦାନରେ ଅବହେଳା । ଆଲମୁନି କମିଟି ଓ ଅଭିଭାବକଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କୁ ଗେଟରେ ତାଲା । ପ୍ରଧାନ ଶିକ୍ଷକ ସ୍କୁଲକୁ ପସି ନପାରି ଫେରିଗଲେ । ଏଭଳି ଘଟଣା ଘଟିଛି ସୋର ଶିକ୍ଷା ଜିଲ୍ଲା କେଶରୀ ପୁର ଶତ୍ରୁଘ୍ନ ନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ।
ଶନିବାର ସକାଳୁଆ ସ୍କୁଲ୍ ଥିବାବେଳେ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଗୁରୁଦାସ ପାଢୀ ସକାଳ ଆଠ ଟାରେ ସ୍କୁଲକୁ ଆସିଥିଲେ । ପ୍ରଧାନ ଶିକ୍ଷକ ବାରମ୍ବାର ଏଭଳି ସ୍କୁଲ ବିଳମ୍ୱରେ ଆସିବା, ପରୀକ୍ଷା ଖାତା ଶ୍ରେଣୀରେ ପ୍ରଥମ ଦ୍ଵିତୀୟ ହେଉଥିବା ଛାତ୍ର ଛାତ୍ରୀ ଦେଖିବା, ଆଲମୁନି କମିଟି ଓ ଅଭିଭାବକଙ୍କୁ ଦୁର୍ବ୍ୟବହାର ଅଭିଯୋଗ କରି କିଛି ଆଲମୁନି କମିଟି, ଅଭିଭାବକ ଓ ସରପଞ୍ଚ ନରେନ୍ଦ୍ର ବିଶ୍ବାଳ ସ୍କୁଲ ଗେଟରେ ତାଲା ପକାଇ ଅଟକାଇଥିଲେ ।
ପ୍ରଧାନଶିକ୍ଷକ ଶ୍ରୀ ପାଢୀ ଦୀର୍ଘ ୬ମାସ ଧରି ଏଭଳି ଆଚରଣ ପ୍ରଦର୍ଶନ କରୁଥିବା କିଛି ଆଲମୁନି କମିଟି ସଦସ୍ୟ, ଅଭିଭାବକ ଓ ସରପଞ୍ଚ ଜିଲ୍ଲାପାଳ ଓ ଶିକ୍ଷା ବିଭାଗ ଠାରେ ଅଭିଯୋଗ କରି ସୁଫଳ ନପାଇ ଆଜି ସ୍କୁଲ ଗେଟରେ ତାଲା ପକାଇ ପ୍ରଧାନଶିକ୍ଷକ ଶ୍ରୀ ପାଢୀଙ୍କୁ ସ୍କୁଲ ଛାଡ଼ି ନଥିଲେ ଶେଷରେ ଶ୍ରୀ ପାଢୀ ଅନ୍ୟ ଉପାୟ ହୋଇ ଫେରି ଯାଇଥିଲେ ।