ବାଲିଗୁଡା ୬।୮: ନିମ୍ନମାନର କାମ ଅଭିଯୋଗ । ୬ ମାସ ନପୁରୁଣୁ ଅସରାଏ ବର୍ଷାରେ ଭାଙ୍ଗିଲା ଗାର୍ଡ ଓ୍ବାଲ । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ରେବିଙ୍ଗିଆ ଗ୍ରାମ ପଞ୍ଚାୟତରେ ।
ସୂଚନାଯୋଗ୍ୟ ଯେ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତରଫରୁ ୫ ଲକ୍ଷ ୯ ହଜାର ୫ ଶହ ୬୫ଟଙ୍କା ବ୍ୟୟ ଅଟକଳରେ ବାଲାକିଆଠାରୁ ଡ଼ୁମପଦରକୁ ନିର୍ମାଣ ହୋଇଥିବା ରାସ୍ତାର ଦୁଇ ପାର୍ଶ୍ଵର ଗାର୍ଡ ୱାଲ ନିର୍ମାଣ ହୋଇଥିଲା । ୬ ମାସ ନପୁରୁଣୁ ଅସରାଏ ବର୍ଷାରେ ଏହା ଭାଙ୍ଗି ଧୋଇଗଲା । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ମାତ୍ରାଧିକ ପିସି କାରବାର ଯୋଗୁଁ ଏହିଭଳି ନିମ୍ନମାନର କାମ ହେଉଥିବା ଅଭିଯୋଗ ହେଉଛି । ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦୃଢ ଭାବେ ଦାବି କରିଛନ୍ତି ।