ସହିଦ ଦେବାଶିଷଙ୍କୁ ଗାର୍ଡ ଅଫ ଅନର, ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟପାଳ

Published By : Prameya-News7 Bureau | April 22, 2023 IST

ଭୁବନେଶ୍ୱର ୨୨/୦୪: ଓଡ଼ିଶାରେ ସହିଦ ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳଙ୍କ ପାର୍ଥିବ ଶରୀର । ଆଜି ଜନ୍ମମାଟି ସତ୍ୟବାଦୀ ଅଳୁଗମ୍‌ରେ ହେବ ଶେଷକୃତ୍ୟ ସମ୍ପର୍ଣ୍ଣ । ପ୍ରଥମେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲା ମୃତଦେହ ।

ବିମାନବନ୍ଦରରେ ସହିଦ ବୀର ଯବାନ ଦେବାଶିଷଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସେନା ପକ୍ଷରୁ ଦିଆଯାଇଥିଲା ଗାର୍ଡ ଅଫ ଅନର । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହା ପରେ ଦେବାଶିଷଙ୍କ ପତ୍ନୀ ଶେଷ ଦର୍ଶନ କରିଥିଲେ ।

wp:gallery {"linkTo":"none"} /wp:gallery

ସୂଚନା ଥାଉକି, ଜନ୍ମମାଟି ପୁରୀ ସତ୍ୟବାଦୀକୁ ଯିବ ଦେବାଶିଷଙ୍କ ମରଶରୀର । ଖଣ୍ଡାୟତସାହି ଗାଁ ମଶାଣିରେ ହେବ ଶେଷକୃତ୍ୟ । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ । ଜମ୍ମୁ-କାଶ୍ମୀରର ପୁଞ୍ଚରେ ଗୁରୁବାର ଆତଙ୍କବାଦୀ ସେନା ଟ୍ରକ୍‌ ଉପରକୁ ଗ୍ରେନେଡ୍ ମାଡ଼ କରିଥିଲେ । ଯେଉଁଥିରେ ପାଞ୍ଚ ଯବାନ ଶହୀଦ ହୋଇଥିଲେ ।

wp:gallery {"linkTo":"none"} /wp:gallery

ଜମ୍ମୁର ରଜୌରୀ ସେକ୍ଟରରେ ଏହି ଆତଙ୍କୀ ଘଟଣା ଗୁରୁବାର ଦ୍ବିପ୍ରହରରେ ହୋଇଥିଲା । ଯେତେବେଳେ ସେନାର ଟ୍ରକ୍‌ ଭୀମବେର ଗଳି ଏବଂ ପୁଞ୍ଚ ମଧ୍ୟରେ ଥିଲା । ଏହି ସମୟରେ ଆତଙ୍କବାଦୀ ସେନାର ଟ୍ରକ୍‌ ଉପରକୁ ଗ୍ରେନେଡ୍‌ ମାଡ଼ କରିଥିଲେ । ଏହି ଆକ୍ରମଣରେ ପାଞ୍ଚ ଯବାନଙ୍କ ମୃତ୍ୟୁ ହୋଇଥିଲା ଏବଂ ଜଣେ ଯବାନ ଆହତ ହୋଇଥିଲେ । ଆହତ ଯବାନଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.