Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶତକ ସହ ଚମକିଲେ ଶୁବମନ; ବିରାଟଙ୍କ ସ୍ପେଶାଲ କ୍ଲବରେ ସାମିଲ, ଆଇପିଏଲରେ ୩ ସେଞ୍ଚୁରୀ

27/05/2023 at 3:14 PM

ଅହମ୍ମଦାବାଦ: ବଡ଼ ମ୍ୟାଚରେ ପୁଣି ଥରେ ପ୍ରସ୍ଫୁଟିତ ହେଲା ପ୍ରିନ୍ସଙ୍କ ପ୍ରତିଭା । କ୍ବାଲିଫୟର ମ୍ୟାଚରେ ମୁମ୍ବାଇ ସାମ୍ନାରେ ପାହାଡ଼ ପରି ଛିଡ଼ା ହେଲେ ଗିଲ୍ । ପ୍ରଥମେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଏବେ ମୁମ୍ବାଇ ଇଣ୍ଡିଆନ୍ସକୁ ଆଇପିଏଲରୁ ବାହାର ରାସ୍ତା ଦେଖାଇଛନ୍ତି । ପାଓ୍ବାର ପ୍ଲେରେ ଗିୟର ଚେଞ୍ଜ୍ କରି ଅହମ୍ମଦାବାଦରେ ଛକା-ଚୌକାର ବର୍ଷା କରିଦେଇଥିଲେ ଟିମ୍ ଇଣ୍ଡିଆର ଏହି ଉଦୀୟମାନ ଭବିଷ୍ୟତ । ଦ୍ବିତୀୟ କ୍ବାଲିଫାୟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ ବିରୋଧରେ ୧୨୯ ରନ ଶତକୀୟ ପାଳି ଖେଳି ଟାଇଟନ୍ସକୁ ଫାଇନାଲରେ ପ୍ରବେଶ କରାଇଛନ୍ତି ।  

ଚଳିତ ଆଇପିଏଲରେ ଗିଲଙ୍କ ତୃତୀୟ ଶତକ । ହାଇଦ୍ରାବାଦ, ବାଙ୍ଗାଲୋର ଓ ମୁମ୍ବାଇ ଇଣ୍ଡିଆନ୍ ବିରୋଧରେ ଖେଳିଛନ୍ତି ଶତକୀୟ ପାଳି । ଆଇପିଏଲରେ ରେକର୍ଡ ବର୍ଷା କରିଛନ୍ତି ଏହି ଯୁବ ବ୍ୟାଟର । ନିଜ ରେକର୍ଡକୁ ନିଜେ ଭାଙ୍ଗି, ସର୍ବାଧିକ ୧୨୯ ରନର ପାଳି ଖେଳିଛନ୍ତି । ସେହିପରି ଗୋଟିଏ ସିଜିନରେ ୩ଟି ସେଞ୍ଚୁରୀ ମାରି ବିରାଟ କୋହଲିଙ୍କ ସ୍ପେଶାଲ କ୍ଲବରେ ପ୍ରବେଶ କରିଛନ୍ତି । ଚଳିତ ଆଇପିଏଲରେ ୬୦.୭୮ ହାରରେ ୧୬ଟି ମ୍ୟାଚରୁ ୮୫୧ ରନ୍ କରି ଫାବ୍ ଡୁପ୍ଲେସିସଙ୍କୁ ପଛରେ ପକାଇ ଦେଇଛନ୍ତି । ଆଉ ଅରେଞ୍ଜ କ୍ୟାପକୁ ହୋଲ୍ଡର ହୋଇଛନ୍ତି ।

ଶୁକ୍ରବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିମୟରେ ଆଇପିଏଲର ଦ୍ବିତୀୟ କ୍ବାଲିଫାୟରରେ ୬୨ ରନରେ ମୁମ୍ବାଇକୁ ମାତ୍ ଦେଇଛି ଗୁଜରାଟ ଟାଇଟନ୍ସ । ଆଉ ଦ୍ବିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଡିଫେଣ୍ଡିଂ ଚାମ୍ପିଅନ । ପ୍ରଥମ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ଗିଲ୍ ଙ୍କ ଶତକ ବଳରେ ୨୩୩ ରନର ପାହାଡ଼ ଛିଡ଼ା କରିଥିଲା । ଶୁବମନ ଗିଲ୍ ମାତ୍ର ୬୦ ବଲରୁ ୧୨୯ ରନ୍ ରେକର୍ଡ ପାଳି ଖେଳିଥିଲେ । ଏଥିରେ ୧୦ ଛକା ରହିଥିବା ବେଳେ ୭ଟି ଚୌକା ରହିଛି । ସେପଟେ ବଡ଼ ଲକ୍ଷ୍ୟକୁ ପିଛା କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ସୂର୍ଯ୍ୟକୁମାର ଯାଦବ ଓ ତିଲକ୍ ବର୍ମାଙ୍କ ଲଢୁଆ ବ୍ୟାଟିଂରେ ସତ୍ତ୍ବେ ୬୨ ରନରେ ପରାସ୍ତ ହୋଇଛି ରୋହିତ୍-ଆଣ୍ଡ-କୋ କମ୍ପାନୀ । ଦଳ ୧୭୧ ରନରେ ଅଲଆଉଟ୍ ହୋଉଛି । ଫଳରେ ଷଷ୍ଠ ଥର ଚାମ୍ପିଅନ ହେବାର ଆଶାଇ ମଉଳି ଯାଇଛି ।

ରବିବାର ସୁପର ସନଡେ’ରେ ହେବ ଫାଇଟ୍ । ଫାଇନାଲରେ ସୁପର କିଙ୍ଗସ୍-ଟାଇଟନ୍ସ ଫାଇଟ୍ । ୪ଥର ଚାମ୍ପିଅନ ଟିମକୁ ଭେଟିବ ଡିପେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟନ୍ସ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ଆଇପିଏଲ ଟାଇଟଲ ଜିତିବାକୁ ଉଭୟ ଟିମ ମଧ୍ୟରେ ଜୋରଜାର ଲଢ଼େଇ ହେବ ।

   Related Posts