GST ଠକେଇର ଗୁମର, ଜବତ ପୂର୍ବରୁ କମ୍ପ୍ୟୁଟର ହାର୍ଡ ଡିସ୍କ ବଦଳାଇ ଦେଇଛନ୍ତି ଅଭିଯୁକ୍ତ

Published By : Prameya-News7 Bureau | February 24, 2020 IST

ବାଲେଶ୍ବର ୨୪।୦୨: GST ଘୋଟାଲାର ଗୋଟିଏ ପରେ ଗୋଟିଏ ଗୁମର ଫିଟୁଛି । GST ଏନଫୋର୍ସମେଣ୍ଟ ସ୍କ୍ବାଡ ରେଡ଼ କରି ନ୍ୟୁ ଲଷ୍ମୀ ଷ୍ଟିଲ ପ୍ଲାଣ୍ଟ  ଅଫିସ୍ ର କମ୍ପ୍ୟୁଟର ଓ ହୋଲସେଲର ସୁରେଶ ସାହୁଙ୍କ ଦୋକାନରୁ ହାର୍ଡ ଡିସ୍କ ଜବତ କରିଛି। ତେବେ କମ୍ପ୍ୟୁଟର ଜବତ କରିବା ପୂର୍ବରୁ ସୁରେଶ ସାହୁ ତାଙ୍କ କମ୍ପ୍ୟୁଟର ହାର୍ଡ ଡିସ୍କ ବଦଳାଇ ଥିବା ସୂଚନା ମିଳିଛି  । ସେହିଭଳି ଖୋର୍ଦ୍ଧା ସାରୁଅ ଅଞ୍ଚଳରେ ଥିବା ନ୍ୟୁ ଲଷ୍ମୀ ଷ୍ଟିଲ ପ୍ଲାଣ୍ଟରେ ବିନା ବିଲରେ ଯେଉଁ କାରବାର ହୁଏ ସେଥି ପାଇଁ ସ୍ବତନ୍ତ୍ର ଏକ ଅଫିସ କରାଯାଇଛି ।

{"id":228445,"sizeSlug":"large"}

ମଞ୍ଚେଶ୍ବର ଉଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ଯେଉଁ ଅଫିସ ଅଛି ସେଠାରେ ବିଲ୍ ରେ କାରବାର ହୁଏ । ବିନା ବିଲ୍ ରେ ଯେଉଁ କାରବାର ହୁଏ ସେଥି ପାଇଁ ଯେଉଁ ଅଫିସ ରହିଛି ସେ ବିଷୟରେ କେହି ଜାଣନ୍ତି ନାହିଁ । କେବଳ ନ୍ୟୁ ଲଷ୍ମୀ ଷ୍ଟିଲ ପ୍ଲାଣ୍ଟ ର ମାଲିକ , ତାଙ୍କ ଶଳା ଓ କମ୍ପାନୀ ର ଜଣେ କର୍ମଚାରୀ ଜାଣନ୍ତି ବୋଲି କମ୍ପାନୀ ର ଜଣେ କର୍ମଚାରୀ ସୂଚନା ଦେଇଛନ୍ତି । ସେହିପରି ଦଲାଲ ସୁରେଶ ସାହୁ ଯେଉଁ କାରବାର କରନ୍ତି ସେଥି ପାଇଁ ହୋଇଥିବା whatsapp ଗ୍ରୁପ ସଂପର୍କରେ ଆମେ ସୁରାଗ ପାଇଛୁ । whatsapp ଗ୍ରୁପ ରେ ଅଛନ୍ତି 50 ଜଣ ବ୍ୟବସାୟୀ ଯେଉଁ ମାନେ ଭଦ୍ରକ ,ବାଲେଶ୍ୱର , ମୟୁରଭଞ୍ଜ ଓ ଆନନ୍ଦପୁର ଅଞ୍ଚଳର । ସମସ୍ତଙ୍କ ମୋବାଇଲ ନମ୍ବର ଆମେ ଠାବ କରିଛୁ । ବିନା ବିଲରେ ସେମାନେ ଯେଉଁ କାରବାର ହୁଏ ସେମାନେ କେମିତି whatsapp ରେ ମେସେଜ ପଠାନ୍ତି ତାହା ଦେଖନ୍ତୁ । ଏନେଇ GST ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଅଧିକ ଖୋଳତାଡ କରିବା ଜରୁରୀ, ଯେଉଁଠୁ ମିଲିବ ଆହୁରି ଅନେକ ଗୁମର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.