ଆଦାନୀ ୱିଲମର ଗୋଦାମରେ ପହଞ୍ଚିଲେ GST ଟିମ୍, ଚଢଉ ନେଇ ଜାଣନ୍ତୁ କ’ଣ କହିଲା କମ୍ପାନୀ?
9/02/2023 at 8:31 PM

ପରବାଣୁ ୯।୨: ଭାରତର ମୁଖ୍ୟ ଉଦ୍ୟୋଗ ମଧ୍ୟରେ ଆଦାନୀ ୱିଲମର ଅନ୍ୟତମ। ହିମାଚଳ ପ୍ରଦେଶ ପରବାଣୁରେ ଆଦାନୀ ୱିଲମରର ଡିପୋ ରହିଛି। ଗୁରୁବାର ଜିଏସଟି ଅଧିକାରୀମାନେ ଏହି ଡିପୋ ନିରୀକ୍ଷଣ କରିଛନ୍ତି। ଜିଏସଟି ଅଧିକାରୀଙ୍କ ଗସ୍ତ ପରେ ଆଦାନୀ ୱିଲମର ଲୋକସମ୍ପର୍କ ଅଧିକାରୀ ବୟାନ ଜାରି କରିଛନ୍ତି। ଏହି ଗସ୍ତକୁ ଜିଏସଟି ଅଧିକାରୀଙ୍କ ନିୟମିତ ଗସ୍ତ କାର୍ଯ୍ୟକ୍ରମ ବୋଲି କହିଛନ୍ତି। ଏହି ଗସ୍ତ କାଳରେ ଜିଏସଟି ଅଧିକାରୀମାନେ କମ୍ପାନୀର ସଞ୍ଚାଳନ ଓ ବ୍ୟବହାରରେ କୌଣସି ପ୍ରକାର ଅନିୟମିତତାର ଅଭିଯୋଗ କରି ନଥିବା କହିଛନ୍ତି।

ଆଦାନୀ ୱିଲମରଙ୍କ ପ୍ରବକ୍ତାଙ୍କ ଅନୁସାରେ ନିୟମ ୮୬-ବିରେ ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ କର ଦେୟତା ପୈଠ ଜରୁରି ନୁହେଁ ଓ ଗୋଦାମ ନିରୀକ୍ଷଣରେ ଜିଏସଟି ଅଧିକାରୀ ଆସିବା ଚଢଉ ନୁହେଁ। ମୁଖପାତ୍ର ଜିଏସଟି ଆଇନର ଉଦାହରଣ ଦେଇ ଜିଏସଟି ନଗଦ ପୈଠ ନେଇ ଚିନ୍ତା ଥିଲା। ତେବେ କମ୍ପାନୀକୁ ନଗଦରେ କର ପୈଠ କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ଆଦାନୀ ୱିଲମର କହିଛନ୍ତି ଯେ ପରବାଣୁ ସ୍ଥିତ ଡିପୋ ଓ ଗୋଦାମର ନିରୀକ୍ଷଣ ଲାଗି ଆସିଥିବା ଅଧିକାରୀଙ୍କ ଗସ୍ତ ଏକ ନିୟମିତ ଗସ୍ତ ଥିଲା।

ଉଲ୍ଲେଖ ଯୋଗ୍ୟ ଯେ ହିଣ୍ଡନବର୍ଗ ରିପୋର୍ଟ ପରେ ଆଦାନୀ ଗ୍ରୁପ କମ୍ପାନୀଙ୍କ ଉପରେ ଏବେ ନିୟମିତ ପ୍ରଶ୍ନ ଚିହ୍ନ ଲାଗୁଛି। ଏଥିରେ ଆଦାନୀ ୱିଲମରଙ୍କ ପକ୍ଷରୁ ମୁଖପାତ୍ର ଅଧିକାରୀଙ୍କ ଗସ୍ତ ନେଇ ସ୍ପଷ୍ଟିକରଣ ଜାରି କରାଯାଇଛି।