ଜିଏସଟି ଠକେଇର ପେଣ୍ଠସ୍ଥଳୀ ପାଲଟିଛି ରାଉରକେଲା: ଫଳ ଓ ପନିପରିବା ବିକାଳୀଙ୍କ ବିରୋଧରେ ୧୮କୋଟିରୁ ଅଧିକ ଟଙ୍କାର ଜିଏସଟି ଫାଙ୍କିଥିବା ଅଭିଯୋଗ

Published By : Prameya-News7 Bureau | December 15, 2020 IST

ରାଉରକେଲା ୧୫/୧୨ : ରାଉରକେଲାରୁ ପୁଣି ସାମ୍ନାକୁ ଆସିଲା ବଡ଼ ଧରଣର ଜିଏସଟି ଠକେଇ । ସ୍ଥାନୀୟ କୋୟଲ ନଗରରେ ଫଳ ଓ ପନିପରିବା ଦୋକାନ କରି ଚଳୁଥିବା କାର୍ତ୍ତିକ କମିଲାଙ୍କ ନାଁରେ କେନ୍ଦ୍ରୀୟ ଜିଏସଟି ବିଭାଗରୁ ଆସିଛି ନୋଟିସ । କାର୍ତ୍ତିକ ଲିଙ୍ଗରାଜ ଟ୍ରେଡର୍ସ ନାଁରେ ୩ବର୍ଷରେ ୧୦୯କୋଟି ଟଙ୍କା ବ୍ୟବସାୟ କରିଥିବା ବେଳେ ୧୮କୋଟିରୁ ଅଧିକ ଟଙ୍କାର ଜିଏସଟି ଫାଙ୍କିଥିବା ଅଭିଯୋଗ ହୋଇଛି । କିଛି ଅସାଧୁ ବ୍ୟବସାୟୀ ଦିନ ମଜୁରିଆ, ପରିବା ଦୋକାନୀଙ୍କ ନାଁରେ ବିଜନେସ୍‌ ଦେଖାଇ କୋଟି କୋଟି ଟଙ୍କା ଜିଏସଟି ଫାଙ୍କୁଥିବାର ଏକାଧିକ ନଜିର ରହିଛି ।

{"id":377857,"sizeSlug":"large","linkDestination":"none"}

ଜିଏସଟି ଠକେଇର ପେଣ୍ଠସ୍ଥଳୀ ପାଲଟିଛି ରାଉରକେଲା । ଦିନ ମଜୁରିଆ, ଚାଷୀ, ପରିବା ଦୋକାନୀଙ୍କ ନାଁରେ ଫେକ୍‌ କମ୍ପାନୀ କରି କୋଟି କୋଟି ଟଙ୍କାର ଜିଏସଟି ଫାଙ୍କୁଛନ୍ତି କିଛି ଅସାଧୁ ବ୍ୟବସାୟୀ । ପୂର୍ବରୁ ରାଉରକେଲାରେ ଏକାଧିକ ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ପୁଣି ସାମ୍ନାକୁ ଆସିଛି ବଡ଼ ଧରଣର ଜିଏସଟି ଠକେଇ ଅଭିଯୋଗ । ସ୍ଥାନୀୟ କୋୟଲ ନଗରରେ ଫଳ ଓ ପନିପରିବା ଦୋକାନ ଖଣ୍ଡେ କରି ପରିବାର ଭରଣପୋଷଣ କରୁଥିବା କାର୍ତ୍ତିକ କମିଲାଙ୍କ ନାଁରେ ଆସିଛି କେନ୍ଦ୍ରୀୟ ଜିଏସଟି ବିଭାଗର ନୋଟିସ ।

{"id":377870,"sizeSlug":"large","linkDestination":"none"}

ଯେଉଁଥିରେ କାର୍ତ୍ତିକ କୋଏଲ ନଗର ସି ବ୍ଲକରେ ମହାପାତ୍ର କମ୍ପଲେକ୍ସର ଲିଙ୍ଗରାଜ ଟ୍ରେଡର୍ସ କରିଥିବା ଉଲ୍ଲେଖ ରହିଛି । ଏଥି ସହ ଗଲା ୩ବର୍ଷରେ ସେ ୧୦୯କୋଟି ଟଙ୍କାରେ ଜିଏସଟି ବ୍ୟବସାୟ କରିଥିବା ବେଳେ ୧୮କୋଟିରୁ ଅଧିକ ଟଙ୍କାର ଜିଏସଟି ଫାଙ୍କିଥିବା ଅଭିଯୋଗ ହୋଇଛି । ଏଭଳି ନୋଟିସ ଦେଖି ପରିବା ଦୋକାନୀ କାର୍ତ୍ତିକଙ୍କ ମୁଣ୍ଡ ଗୋଲ୍‌ ।

{"id":377858,"sizeSlug":"large","linkDestination":"none"}

୨ବର୍ଷ ତଳେ ରାଉରକେଲାରେ ହିଁ ଓଡ଼ିଶାର ପ୍ରଥମ ଜିଏସଟି ଠକେଇ ସାମ୍ନାକୁ ଆସିଥିଲା । ଯେଉଁଥିରେ କିଛି ଅସାଧୁ ବ୍ୟବସାୟୀ ଗିରଫ ହୋଇଥିଲେ । ଏପର୍ଯ୍ୟନ୍ତ ରାଉରକେଲାରେ ଜିଏସଟି ଠକେଇ ମାମଲାରେ ମୋଟ ୧୭ଜଣ ଗିରଫ ହୋଇ ଜେଲରେ ଅଛନ୍ତି । ଏମାନଙ୍କ ମଧ୍ୟରୁ ରାଜ୍ୟ ଜିଏସଟି ବିଭାଗ ୭ଜଣଙ୍କୁ ଗିରଫ କରିଛି । କିଛି ଅସାଧୁ ବ୍ୟବସାୟୀ ଓ ଜିଏସଟି ବିଭାଗର ଅସାଧୁ କର୍ମଚାରୀଙ୍କ ମିଲିଭଗତରେ ଏଭଳି ଜିଏସଟି ଠକେଇ ଚାଲିଥିବା ଅଭିଯୋଗ ହୋଇଛି ।

{"id":377859,"sizeSlug":"large","linkDestination":"none"}

କୋଟି କୋଟି ଟଙ୍କାର ଜିଏସଟି ଠକେଇ ପଦାକୁ ଆସୁଛି । କିଛି ଠକ ଗିରଫ ମଧ୍ୟ ହେଉଛନ୍ତି । ହେଲେ ଠକେଇରେ ଲାଗିପାରୁନି ଲଗାମ । ଏଥିରେ ଗରିବ ଗୁରୁବା, ଦିନ ମଜୁରିଆ, ପରିବା ବେପାରୀଙ୍କୁ ମୋହରା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.