ଲକ୍ଷ ଲକ୍ଷ ଟଙ୍କାର ଜିଏସ୍‌ଟି ଫାଙ୍କୁଥିଲେ, ଏକାସାଙ୍ଗେ ସିଟି ଏବଂ ଜିଏସ୍‌ଟି ଟିମ୍‌ର ଚଢାଉ

Published By : Prameya-News7 Bureau | December 21, 2022 IST

ଉଦଳା ୨୧।୧୨ : ଷ୍ଟିଲ୍‌ ଓ ଫର୍ଣ୍ଣଚର ଦୋକାନାରେ ଜିଏସ୍‌ଟି ରେଡ୍‌ । ଜିଏସ୍‌ଟି ଠକେଇ ଅଭିଯୋଗରେ କପ୍ତିପଦା ମା ତାରା ଷ୍ଟିଲ୍‌ ଫର୍ଣ୍ଣିଚର ଦୋକାନରେ ସିଟି ଏବଂ ଜିଏସ୍‌ଟି ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି । ଏହି ଚଢାଉରେ ବରିଷ୍ଠ ଅଧିକାରୀମାନେ ସାମିଲ ଥିବା ଜଣାପଡିଛି ।

ଖବର ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ମା ତାରା ଷ୍ଟିଲ୍‌ ଫର୍ଣ୍ଣିଚର ଦୋକାନ ଦୀର୍ଘ ଦିନ ହେବ ଜିଏସ୍‌ଟି ଫାଙ୍କି ଚାଲିଥିଲା । ସଠିକ୍‌ ସମୟରେ ଟିକସ ପୈଠ ହେଉନଥିଲା । ଶେଷରେ ବାଧ୍ୟ ହୋଇ ସିଟି ଏବଂ ଜିଏସ୍‌ଟି ବିଭାଗ ପକ୍ଷରୁ ଚଢାଉ ହୋଇଛି । ଲକ୍ଷ ଲକ୍ଷ ଟଙ୍କା ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ଚଢାଉ ଚାଲିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.