WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଡ଼ଧରଣର ଜିଏସଟି ଠକେଇ, ୮ କୋଟିରୁ ଅଧିକ ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟୀ ଗିରଫ

28/09/2023 at 9:31 AM

ରାଉରକେଲା ୨୮।୦୯ : ରାଉରକେଲାରେ ବଡ଼ଧରଣର ଜିଏସଟି ଠକେଇ । ୮ କୋଟି ୭୦ ଲକ୍ଷ ଟଙ୍କା ଜିଏସ୍‌ଟି ଠକେଇ ଅଭିଯୋଗରେ ଜିଏସ୍‌ଟି ବିଭାଗର ରେଡ୍‌ । ବେପାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

ଖବର ଅନୁଯାୟୀ, ବିଭିନ୍ନ ଫେକ୍‌ କମ୍ପାନୀ ଖୋଲି ଫେକ୍‌ ଅର୍ଥ କାରବାର କରୁଥିଲେ ବ୍ୟବସାୟୀ ବରସୁଆଁ କୁମାର କନୋଡିଆ । ଏନେଇ ବିଭିନ୍ନ ସୁତ୍ରରୁ ଖବର ପାଇଥିଲା କେନ୍ଦ୍ରୀୟ ଜିଏସ୍‌ଟି । ଲଗାତର ଭାବେ କିଛି ଦିନ ହେଲା ଉକ୍ତ ବ୍ୟବସାୟୀଙ୍କ ଉପରେ ମଧ୍ୟ କଡ଼ା ନଜର ରଖିଥିଲା । ଆଉ ଶେଷରେ କେନ୍ଦ୍ରୀୟ ଜିଏସ୍‌ଟି ବିଭାର ଏକ ସ୍ୱତନ୍ତ୍ର ଟିମ୍‌ ଚଢାଉ କରିଥିଲା । ଆଉ ଏହି ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହେବା ସହ ବ୍ୟବସାୟୀଙ୍କୁ ଗିରଫ କରିଛି ଜିଏସ୍‌ଟି । ମୋଟ ୮ କୋଟି ୭୦ ଲକ୍ଷ ଟଙ୍କା ଜିଏସ୍‌ଟି ଠକେଇ ଅଭିଯୋଗରେ ବ୍ୟବସାୟୀ ବରସୁଆଁ କୁମାର କନୋଡିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

   Related Posts