ଆକ୍ସନରେ ଜିଏସ୍ଟି, ଏକକାଳୀନ ରାଉରକେଲାର ୭ଟି ସ୍ଥାନରେ ଚଢାଉ
27/03/2023 at 1:12 PM

ରାଉରକେଲା ୨୭।୦୩ : ରାଉରକେଲାରେ ଜିଏସ୍ଟି ରେଡ୍ । ଏକକାଳୀନ ୭ଟି ସ୍ଥାନରେ ଚଢାଉ ଚାଲିଛି । ୪ କମ୍ପାନୀ ସହ ତିନୋଟି ବେସରକାରୀ ଘରେ ମଧ୍ୟ ଚଢାଉ ଜାରି ରହିଛି ।
ଖବର ଅନୁଯାୟୀ, ଫେକ୍ ଜିଏସ୍ଟି ବିଲ୍ ଦେଇ କୋଟି କୋଟି ଟଙ୍କା ଠକେଇ କରୁଥିଲେ । ଏନେଇ ଅଭିଯୋଗ ଆସିବା ପରେ ଆକ୍ସନ ମୋଡକୁ ଆସିଥିଲା ଜିଏସ୍ଟି ବିଭାଗ । ସୋମବାର ଏକକାଳୀନ ୭ଟି ସ୍ଥାନରେ ଚଢାଉ କରିଛି ଜିଏସ୍ଟି ବିଭାଗ । ଏଥିରେ ୪ କମ୍ପାନୀ ସହ ତିନୋଟି ବେସରକାରୀ ଘର ରହିଛି । ଏପିରିକି କିଛି ମାଲିକଙ୍କ ଘର ସହ କିରଣୀ ରନ୍ଧିର କୁମାର ସିଂହଙ୍କ ଘରେ ମଧ୍ୟ ଚଢାଉ ଚାଲିଛି ।