ସୁନା ଦୋକାନରେ ଜିଏସ୍‌ଟି ଚଢାଉ, ଟିକସ ଫାଙ୍କି ଥିବା ଅଭିଯୋଗ

Published By : Prameya-News7 Bureau | December 17, 2022 IST

ରାୟଗଡ଼ା ୧୭।୧୨ : ଜିଏସ୍‌ଟି ଠକେଇ ନେଇ ଜୁଏଲାରୀ ଦୋକାନରେ ରେଡ୍‌ । ରାୟଗଡ଼ା ସହରରେ ମୁଖ୍ୟ ବଜାରରେ ଥିବା ଭାରତୀ ଜୁଏଲାରୀ ନାମକ ଏକ ସୁନା ଦୋକାନାରେ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଟିମ୍‌ ପକ୍ଷରୁ ଚଢାଉ କରାଯାଇଛି । ଜିଏସ୍‌ଟି ଠକିବା ସହ ନକଲି ବିଲ୍‌ ବହି ବ୍ୟବହାର କରୁଥିବା ଅଭିଯୋଗରେ ଏହି ଚଢାଉ ଜାରି ରହିଛି ।  

ଖବର ଅନୁଯାୟୀ, ଶନିବାର ସକାଳୁ ରାୟଗଡ଼ା ଜିଏସ୍‌ଟି କମିଶନର କାର୍ଯ୍ୟାଳୟର ଏକ ଟିମ୍‌ ହଠାତ୍‌ ଏହି ସୁନା ଦୋକାନରେ ଚଢାଉ କରିଥିଲା । ଏହି ଚଢାଉ ବେଳେ ସମସ୍ତ କାଜଗପତ୍ର ଯାଞ୍ଚ କରିଥିଲେ ଏନ୍‌ଫୋର୍ସମେଣ୍ଟ ଟିମ୍‌ । ଏହାପରେ ସମସ୍ତ ବିଲ୍‌ ଗୁଡିକ ଜବତ କରିଥିବା ଜଣାପଡିଛି । ବିଲ୍‌ ବହି ଗୁଡିକ ଯାଞ୍ଚ କରିବା ପରେ ଅଧିକ ତଥ୍ୟ ଜଣାପଡିବ ବୋଲି ଜିଏସ୍‌ଟି ପକ୍ଷରୁ ସୂଚନା ଦିଆଯାଇଛି । ଏହି ସୁନା ଦୋକାନୀ ସ୍ୱତନ୍ତ୍ର ଜିଏସ୍‌ଟି ପଞ୍ଜୀକରଣ କରିନଥିବା ଅଭିଯୋଗ ମଧ୍ୟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.