କଟକରେ ଜିଏସ୍ଟି ରେଡ୍, ଦୋକାନ ସମେତ ବିଭିନ୍ନ ସ୍ଥାନରେ ଚଢାଉ
7/02/2023 at 12:54 PM

କଟକ ୦୭।୦୨ : କଟକରେ ଜିଏସ୍ଟି ରେଡ୍ । କଟକ ଲିଙ୍ଗରୋଡ୍ ସ୍ଥିତ ପଞ୍ଚମୁଖୀ ସାନିଟାରି ଦୋକାନରେ ଜିଏସ୍ଟି ପକ୍ଷରୁ ରେଡ୍ ଚାଲିଛି । ଦୋକାନ ସମେତ ଅନ୍ୟ ସ୍ଥାନରେ ମଧ୍ୟ ରେଡ୍ କରୁଛି ଜିଏସ୍ଟି ।
ଖବର ଅନୁଯାୟୀ, କଟକ ଓଏମପି ଛକ ନିକଟରେ ଥିବା ପଞ୍ଚମୁଖୀ ସାନିଟାରୀ ଗୋଦାମ ସହ ଚାରିଟି ସ୍ଥାନରେ ଜିଏସଟି ବିଭାଗର ରେଡ୍। ରମେଶ ଚନ୍ଦ୍ର ଚୌଧୁରୀ ଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ପଞ୍ଚମୁଖୀ ସାନିଟାରୀରେ ହୋଇଛି ଚଢ଼ାଉ। ଟିକସ ଫାଙ୍କିବା ଅଭିଯୋଗରେ ଚଢ଼ାଉ କରାଯାଇଛି। ଜିଏସ୍ଟି ବିଭାଗର ଚାରିଟି ଟିମରେ ୨୦ ଜଣ ଅଫିସର ଏହି ଚଢ଼ାଉରେ ହୋଇଛନ୍ତି ସାମିଲ।
ପୂର୍ବରୁ ଏହି ସଂସ୍ଥା ନାମରେ ଜିଏସଟି ଫାଙ୍କିବା ନେଇ ଅଭିଯୋଗ ହୋଇଥିଲା। ତେବେ ରେଡ଼ ସମୟରେ କଣ ଜବତ କରିଛି ସେନେଇ ସୂଚନା ମିଳିନି। ଚଢାଉ ସମୟରେ ଘରୁ ନଗଦ ପାଖାପାଖି ୫ ରୁ ୬ ଲକ୍ଷ ଟଙ୍କା ଟିମ ଠାବ କରିଥିବା ସୂଚନା ମିଳୁଛି। ଏହାସହ କିଛି ଜରୁରୀ କାଗଜପତ୍ର ମଧ୍ୟ ଜବତ କରିଛି ଟିମ। ବ୍ୟବସାୟ ସମୟରେ କିଣା ବିକା ର ବ୍ୟାଙ୍କ ଚେକ ମଧ୍ୟ ଜବତ କରିଛି ଟିମ। ଅଧିକ ଚଢ଼ାଉ ଜାରି ରହିଛି। ଘଟଣା ସ୍ଥଳରେ ଟିମ ମୁତୟନ ରହିଛି। ରେଡ଼ ସରିଲା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ଜିଏସଟି ଅଧିକାରୀ ।